ରାୟଗଡ଼ା:ପାରିବାରିକ କଳହର କରୁଣ ପରିଣତି, ସାମାନ୍ୟ ବଚସାକୁ ନେଇ ଗୁଳିକାଣ୍ଡ । ସ୍ତ୍ରୀକୁ ବଞ୍ଚେଇବାକୁ ଯାଇ ପୁଅର ଗୁଳି ମାଡରେ ବାପା ମୃତ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଗୁଡି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି କାଞ୍ଚିନୋ ଦଳବେହେରା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଏହା ମଧ୍ୟ ପଢ଼ନ୍ତୁ:ରାତି ପାହିଲେ ଯୁକ୍ତ ଦୁଇ ପରୀକ୍ଷା, 3ଲକ୍ଷ 38ହଜାର 747 ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
ସୂଚନା ଅନୁଯାୟୀ, ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଥାନା ଅଧୀନସ୍ଥ କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ରୁହନ୍ତି କାଞ୍ଚିନୋ ଦଳବେହେରାଙ୍କ ପରିବାର । ସେ ତାଙ୍କୁ ପୁ୍ଅ ମେଜୋନ୍ ଦଳବେହେରା ଓ ବୋହୂଙ୍କ ସହ ରହୁଥିଲେ । ଘଟଣା ଦିନ କୌଣସି କଥାକୁ ନେଇ ଶ୍ବଶୁର ଏବଂ ବୋହୂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ବୋହୂଙ୍କୁ ଜୀବନରୁ ମାରି ଦେବାପାଇଁ ଘରେ ଥିବା ଏକ ଦେଶୀ ଡବଲ ବେରେଲ ବନ୍ଧୁକ ଯୋଗେ ଗୁଳି ଚଳାଇବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କାଞ୍ଚିନୋଙ୍କ ପୁଅ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବନ୍ଧୁକ ଟିକୁ କାବୁ କରିବା କରିବା ସମୟରେ ହଠାତ ଗୁଳି ଫୁଟି କାଞ୍ଚିନୋଙ୍କ ଶରୀରରେ ବାଜି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।