ଓଡିଶା

odisha

ETV Bharat / state

ମଫସଲୀଙ୍କ ପାଇଁ ସ୍ବାଧୀନତାର ଅର୍ଥ କଣ? - 73ତମ ସ୍ବାଧୀନତା ଦିବସ

ଦେଶ ସ୍ବାଧୀନ ହେବାର 73 ବର୍ଷ ହେଲା । କିନ୍ତୁ ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକେ ଜାଣି ନାହାନ୍ତି ସ୍ବାଧୀନତାର ପ୍ରକୃତ ଅର୍ଥ କଣ? ଏନେଇ ଜଣେ ୱାର୍ଡ ମେମ୍ବରଙ୍କ ସହ ଆଲୋଚନା କରିଥିଲେ ଆମ ରାୟଗଡା ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Aug 15, 2019, 5:48 PM IST

ରାୟଗଡା: ଆଜି ସାରା ଦେଶ ପାଳୁଛି 73ତମ ସ୍ବାଧୀନତା ଦିବସ । ଗାଁ ଠାରୁ ସହର ସବୁଠି ଖୁସିର ମାହୋଲ । ତେବେ ରାୟଗଡା ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଆଜି ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଆଜିର ଦିନରେ ଦେଶ ସ୍ବାଧୀନ ହୋଇଥିଲା । ଗୋରା ସରକାର କବଳରୁ ମୁକ୍ତି ପାଇଥିଲା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସତରେ କଣ ଦେଶର ସମସ୍ତ ଲୋକେ ସ୍ବାଧୀନତାର ପ୍ରକୃତ ଅର୍ଥ ଜାଣିଛନ୍ତି । ପିଲା ମାନଙ୍କ ତ ଦୂରର କଥା ଯେଉଁ ମାନଙ୍କୁ ଜନ ପ୍ରତିନିଧି ଭାବେ ଲୋକେ ଚୟନ କରୁଛନ୍ତି ସେମାନେ କଣ ଜାଣିଛନ୍ତି ଅଗଷ୍ଟ 15କୁ କାହିଁକି ଆମେ ପାଳନ କରୁଛେ । ଏଭଳି ତମାମ ପ୍ରଶ୍ନ ନେଇ ଆମେ ରାୟଗଡା ସଦର ମହକୁମା ଠାରୁ ମାତ୍ର 10 କିଲୋମିଟର ଦୂରରେ ରହୁଥିବା ଆଦିବାସୀ ଲୋକଙ୍କ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details