ଓଡିଶା

odisha

ETV Bharat / state

କାର୍ ଧକ୍କାରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା, ଥାନା ଘେରିଲେ ବସ୍ତିବାସିନ୍ଦା

ଜିଲ୍ଲା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଧକ୍କାରେ ଚାଲିଗଲା ଏକ ନିଷ୍ପାପ ଶିଶୁର ଜୀବନ । ଘଟଣାରେ ଉତ୍ତେଜିତ ହୋଇ ରାୟଗଡା ଥାନା ଘେରାଉ କରିଛନ୍ତି ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

By

Published : Oct 31, 2021, 1:59 PM IST

କାର୍ ଧକ୍କାରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା, ଥାନା ଘେରିଲେ ବସ୍ତିବାସିନ୍ଦା
କାର୍ ଧକ୍କାରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା, ଥାନା ଘେରିଲେ ବସ୍ତିବାସିନ୍ଦା

ରାୟଗଡା:ଜିଲ୍ଲା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଧକ୍କାରେ ଚାଲିଗଲା ଏକ ନିଷ୍ପାପ ଶିଶୁର ଜୀବନ। ମୃତ ଶିଶୁ ଜଣକ ହେଲା ୬ ବର୍ଷୀୟ ସୁଧାଂଶୁ ସାମଲ । ନିଜ ଭଉଣୀ ସହ ରାସ୍ତା ପାର ହେବା ସମୟରେ ଏକ କାର୍ ଧକ୍କା ଦେଇଥିଲା। ଘଟଣାରେ ଉତ୍ତେଜିତ ହୋଇ ରାୟଗଡା ଥାନା ଘେରାଉ କରିଛନ୍ତି ବସ୍ତିବାସିନ୍ଦା ।

କାର୍ ଧକ୍କାରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା, ଥାନା ଘେରିଲେ ବସ୍ତିବାସିନ୍ଦା

ସୂଚନାଅନୁସାରେ ଶିଶୁଟି ରାସ୍ତା ପାର ହେବା ସମୟରେ କାରଟି ପିଲାଟିକୁ ଧକ୍କା ଦେଇଥିଲା । ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁଧାଂଶୁର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶିଶୁ ଜଣକ ମେହନ୍ତରଙ୍କ ପୁଅ ବୋଲି ଜଣାପଡିଛି ।

ପୌର ପରିଷଦର ସମସ୍ତ ମେହନ୍ତର ଆଜି କାମ ବନ୍ଦ କରି ରାୟଗଡା ଥାନା ଘେରାଉ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ଏହି ଘେରାଉ ହୋଇଛି । ଥାନା ସମ୍ମୁଖରେ ଶତାଧିକ ମେହନ୍ତରଙ୍କ ସମେତ ତାଙ୍କ ପରିବାର ବସି ରହିଛନ୍ତି । ଯାହା ଦ୍ବାରା ଓଡିଶା-ଆନ୍ଧ୍ରପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ପୋଲିସ ବୁଝାସୁଝା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ତଥାପି କୌଣସି ସୁଫଳ ମିଳିନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିିଭି ଭାରତ

ABOUT THE AUTHOR

...view details