ଓଡିଶା

odisha

ETV Bharat / state

ରାୟଗଡାରୁ ଚୋରି ଆନ୍ଧ୍ରରେ ବିକ୍ରି, ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ରାୟଗଡାରେ ଚେନ ଲୁଟ କରି ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଥିଲେ ଲୁଟେରା ଗ୍ୟାଙ୍ଗ । ୬ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

six robbers arrested by rayagada police
six robbers arrested by rayagada police

By

Published : Feb 11, 2023, 2:09 PM IST

robbers arrested by rayagada police

ରାୟଗଡା: ଗତ କିଛି ମାସ ହେବ ଜିଲ୍ଲାବାସୀଙ୍କ ନିଦ ହଜାଇଥିଲେ ଲୁଟେରା ଗ୍ୟାଙ୍ଗ । ଏବେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ରାୟଗଡା ପୋଲିସ । ବିଭିନ୍ନ ଲୁଟ୍ ମାମଲାରେ ଜଡିତ ଥିବା ୬ ଜଣ ଲୁଟେରା ଓ ସୁନା କ୍ରେତାଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪୯ ଗ୍ରାମ ସୁନା, ଦୁଇଟି ବାଇକ ଓ ୫ଟି ମୋବାଇଲ ଫୋନ ଜବତ କରାଯାଇଛି । ୩ ଜଣ ଲୁଟେରା ହେଉଛନ୍ତି ଯୁଧିଷ୍ଟିର କୌଶଲ୍ୟା, ସୁଦର୍ଶନ କନ୍ଧପାଣି ଓ ଶଙ୍କର ନାଏକ । ସୁନା କିଣିଥିବା ଅଭିଯୁକ୍ତ ହେଉଛନ୍ତି ମଧୁ ଖରା, ବାନ୍ଧି ଶଙ୍କର ରାଓ ଓ ପି. ସୂର୍ଯ୍ୟ ନାରାୟଣ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧ ତାରିଖ ଦିନ ରାୟଗଡା ସହରର ବରିଷ୍ଠ ସାମ୍ବାଦିକ ଗୋପରଞ୍ଜନ ବକ୍ସିପାତ୍ରଙ୍କ ମାଆ ଜଗନ୍ନାଥ ମନ୍ଦିରରୁ ଫେରୁଥିବା ବେକେ ଲୁଟର ଶିକାର ହୋଇଥିଲେ । ତାଙ୍କ ବେକରୁ ୭ ଭରି ଓଜନର ସୁନା ଚେନ ଲୁଟି ନେଇଥିଲେ ଲୁଟେରା । ଏହି ଘଟଣାର କିଛିଦିନ ପରେ ଅର୍ଥାତ ଫେବୃଆରୀ ୬ ତାରିଖରେ ଇନ୍ଦିରାନଗର ଚତୁର୍ଥ ଲେନରେ ରହୁଥିବା ଭି. ତିରୁପତିରାଜୁଙ୍କ ଭାଇବହୂଙ୍କ ସୁନା ଚେନ ଲୁଟ କରିଥିଲେ ଏହି ଲୁଟେରା ମାନେ ।

ଏହା ମଧ୍ୟ ପଢନ୍ତୁ-ଫାଲେରିଆ ମୁକ୍ତ ହେବ ରାଜଧାନୀ, ବିଏମସି ପକ୍ଷରୁ ଆରମ୍ଭ ହେଲା ଅଭିଯାନ

ସେହିପରି ଗତ ୨୦୨୨ ମସିହା ଜୁଲାଇ ମାସରେ ମଧ୍ୟ ସାଇପ୍ରିୟା ନଗର ବାସିନ୍ଦା ରାଜସ କୁମାର ରାଉତଙ୍କ ମାଆଙ୍କ ସୁନା ଚେନ ଲୁଟ କରିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ରାୟଗଡା ସହରରୁ ସୁନା ଚେନ ଲୁଟ୍ କରି ଆନ୍ଧ୍ରପ୍ରଦେଶ ରାଜ୍ୟରେ ବିକ୍ରି କରାଯାଉଥିଲା । ତେବେ ବାରମ୍ଭାର ସୁନା ଚେନ ଲୁଟ ହେବାରୁ ଲୋକଙ୍କ ଚିନ୍ତା ବଢିଯାଇଥିଲା । ଘରୁ ବାହାରିବା ମାତ୍ର ସମସ୍ତଙ୍କ ମନରେ ଲୁଟର ଛନକା ସୃଷ୍ଟି ହେଉଥିଲା ।

ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଲୁଟରେ ଜଡିତ ସମସ୍ତ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ରାୟଗଡା ପୋଲିସ । ଏହି ଲୁଟେରା ମାନଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କୁ ପୁଣି 5 ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସପି ସୁଦାମ ମଲ୍ଲିକ ଓ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ ଏହି ସମସ୍ତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details