ଓଡିଶା

odisha

ETV Bharat / state

କାଶୀପୁରରେ ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, 6 ଗିରଫ

କାଶୀପୁର ବ୍ଲକ ଟିଟିଗୁଡା ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଘଟଣା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା:6 ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା:6 ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

By

Published : Aug 6, 2022, 9:36 AM IST

Updated : Aug 6, 2022, 2:26 PM IST

ରାୟଗଡା:ଜିଲ୍ଲାକାଶୀପୁର ବ୍ଲକ ଟିଟିଗୁଡା ଗାଁରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା କରିବା ଘଟଣା । ଏ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତକଙ୍କ ପୁଅର ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାନୁ ମାଝି (୩୨),ଳାମ୍ବୁ ମାଝି ( ୨୨ ), ଦିନା ମାଝି ( ୬୦ ) , ନର ମାଝି ( ୭୦ ) ,ଭୀମା ମାଝି (୩୨) ଓ ରାଜୀବ ମାଝି (୨୮) ।

କାଶୀପୁରରେ ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, 6 ଗିରଫ

ସୂଚନା ଅନୁସାରେ, ରାୟଗଡା ଟିଟିଗୁଡା ଗାଁରେ ଦଇ ମାଝି ନିଜ ପରିବାର ରୁହନ୍ତି । ବୁଧବାର ରାତିରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡ଼ି କରି ଲୋକଙ୍କୁ ମାରି ଦେଉଛୁ କହି ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ ଦଇ ମାଝିଙ୍କୁ । ଗାଁ ଲୋକ ଏକାଠି ହୋଇ ବିଳମ୍ବିତ ରାତିରେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧିଦେଇ ନିର୍ଦ୍ଧୁମ ପିଟିଥିଲେ। ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ଓ ଲାଲୁ ଖସି ପଳାଇଥିଲେ ।

ଏହାବି ପଢନ୍ତୁ:ଗୁଣିଗାରେଡି ସନ୍ଦେହରେ ନାରକୀୟ କାଣ୍ଡ: ବାପାକୁ ପିଟିପିଟି ମାରିଦେଲେ, 2 ପୁଅ ଗୁରୁତର

କିନ୍ତୁ ଦଇ ମାଝି ଖସି ନ ପରିବାରୁ ତାଙ୍କୁ ପିଟିପିଟି ଗାଁଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗାଁଲୋକଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ ଦଇଙ୍କ ଦୁଇ ପୁଅ । ପୂର୍ବରୁ ଗାଁରେ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ,ରାୟଗଡା

Last Updated : Aug 6, 2022, 2:26 PM IST

ABOUT THE AUTHOR

...view details