ଓଡିଶା

odisha

ETV Bharat / state

ଗୁଣୁପୁର ବେଆଇନ ପଥର ବିସ୍ପୋରଣ ମୃତ୍ୟୁ ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି - Gunapur stone blast death

ରାୟଗଡା ଜିଲ୍ଲା ଗୁଣୁପୁର ଓକିଲଗୁଡା ଗ୍ରାମରେ ବେଆଇନ ପଥର ଖାଦାନରେ ବିସ୍ପୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

Gunapur stone blast death
୩ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର

By

Published : Oct 19, 2020, 9:45 PM IST

ରାୟଗଡା: ବେଆଇନ ପଥର ଖାଦନ ବିସ୍ପୋରଣ ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି । ରାୟଗଡା ଜିଲ୍ଲା ଗୁଣୁପୁର ଓକିଲଗୁଡା ଗ୍ରାମରେ ବେଆଇନ ପଥର ଖାଦନରେ ବିସ୍ପୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ଆହତ ହୋଇଥିବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ ଗୁଣପୁର ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ପରିଦର୍ଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ।

ଗତ ୧୬ ତାରିଖରେ ଏହି ବେଆଇନ ପଥର ଖାଦାନରେ ବିସ୍ପୋରଣ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ତଦନ୍ତ ପରେ ଆଜି(ସୋମବାର) ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରାଥମିକ ତଦନ୍ତ ପରେ ଗୁଣପୁର ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ଗତକାଲି ସୁପାରିଶ କରିଥିବା ବେଳେ ଆଜି ଗୁଣୁପୁର ଅତିରିକ୍ତ ତହସିଲଦାର କୁଶ ଗରଡ଼ା ଏବଂ ରାଜସ୍ବ ପରିଦର୍ଶକ ଶରତ ଚନ୍ଦ୍ର ଆନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

କାରଣ ଦର୍ଶାଅ ନୋଟିସ ଜାରି

ସେହିପରି ପଥର ଖାଦାନ ଦାୟୀତ୍ବରେ ଥିବା ଗୁଣୁପୁର ସଦର ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ଚୁକ୍ତି ଭିତିକ ଆରଆଇ ସନ୍ତୋଷ କୁମାର ପଣ୍ଡା ଓ ଚୁକ୍ତି ଭିତିକ ଏଆରଆଇ ସନ୍ତୋଷ କୁମାର ଦାସଙ୍କୁ ନିଜ ଅବହେଳା ପାଇଁ ଚାକିରିରୁ କାହିଁକି ବହିଷ୍କାର କରା ନଯିବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜିଲ୍ଳାପାଳ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଖାଦାନ ବିସ୍ପୋରଣ ମାମଲାରେ ଜଣକୁ ଅଟକ ରଖି ପଚରାଉଚରା ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଥର ଖାଦାନ ମାଲିକ ପ୍ରତାପ ଯୋଗୀ ଏବେ ଫେରାର ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details