ରାୟଗଡା: କାଶୀପୁର ବ୍ଲକ ଟିକିରି ଠାରେ ବକେୟା ଚା’ ଟଙ୍କା ପାଇଁ ଘଟିଛି ଅଭାବନୀୟ ଘଟଣା । ଚାହା ଦୋକାନୀ ମାଡରେ ଜଣେ ଗ୍ରାହକଙ୍କ ମୃତ୍ୟୁ(Rayagada Murder) ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କୃଷ୍ଣ ଝଡିଆ ନାମକ ଜଣେ ବ୍ୟକ୍ତି ଚା’ ଦୋକାନରେ ଚା’ ପିଇ ୨୪ ଟଙ୍କା ବାକି ରଖିଥିଲେ । କୃଷ୍ଣ ଚା’ ପିଇବା ପାଇଁ ଆସିବାରୁ ଚାହା ଦୋକାନୀ ବାବୁଲା ବକେୟା ଟଙ୍କା ମାଗିବା ସହିତ ଆଉ ଚା’ ଦେବେନାହିଁ ବୋଲି କହିଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାବୁଲା, କୃଷ୍ଣଙ୍କୁ ମାଡ ମାରିବା ସହ ଡ୍ରେନକୁ ଠେଲି ଦେଇଥିଲା । ଫଳରେ ଡ୍ରେନରେ ପଡି କୃଷ୍ଣ ଗୁରୁତର ଆହତ ହେବାରୁ ଟିକିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।