ରାୟଗଡା :ସହରରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । 200 ରୁ ତଳକୁ ଯାଉନି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପରିସ୍ଥିତି ଅଣାୟତରେ ପହଞ୍ଚିଥିବାବେଳେ କଟକଣା ମାନୁମାହାନ୍ତି ଅମାନିଆ । ଯାହାଫଳରେ ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିବା ସହ ଯାଞ୍ଚପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିଛି। ଜିଲ୍ଲାର ତହସିଲଦାର , ପୌର ଅଧିକାରୀ ଓ ପୋଲିସ ମିଳିତ ଭାବେ ସହର ବିଭିନ୍ନ ମୁଖ୍ୟ ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କଡାକଡି କରିଥିବା ଦେଖିବାକୁ ମିଳୁଛି ।
ଅମାନିଆ ମାନୁନାହାନ୍ତି କୋଭିଡ କଟକଣା, ଜୋରିମାନା ସହ ସିଲ ହେଲା ଦୋକାନ - shop sealed for violating covid guidelines in rayagada
ରାୟଗଡା ସହରରେ ବଢିବାରେ ଲାଗିଛି କୋରାନା ସଂକ୍ରମଣ । ଅନ୍ୟପଟେ ଅମାନିଆ ମାନୁନାହାନ୍ତି କୋଭିଡ ଗାଇଡଲାଇନ । ଫାଇନ ଆଦାୟ ସହ ଦୋକାନ ସିଲ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

ଅମାନିଆ ମାନୁନାହାନ୍ତି କୋଭିଡ କଟକଣା, ଜୋରିମାନା ସହ ସିଲ ହେଲା ଦୋ
ଅମାନିଆ ମାନୁନାହାନ୍ତି କୋଭିଡ କଟକଣା, ଜୋରିମାନା ସହ ସିଲ ହେଲା ଦୋ
ଏହି ଚେକିଂ ସମୟରେ କୋଭିଡ ଗାଇଡଲାଇନ ଉଲଙ୍ଘନ କରିଥିବା 8ଟି ଦୋକାନରୁ ଜୋରିମାନା ଆଦାୟ କରିଥିବାବେଳେ ଗୋଟିଏ ଦୋକାନକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଏପରି ଅମାନିଆଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପୁଲିସ ନାକା ଲାଗାଇଛି । ସେପଟେ ରାୟଗଡ ସହରରେ ଦିନକୁ ଦିନ ସଂକ୍ରମଣ ବୁଦ୍ଧି ପାଉଥିବାବେଳେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ