ରାୟଗଡା: ସପିଂ ମଲ ମାଲିକଙ୍କ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଆକ୍ରମଣ । ପୌର ପରିଷଦ ସ୍ଥାନରେ ସହରର କପିଳାସ ରୋଡରେ ବାରାଣସୀ ନିଳକଣ୍ଠ ନାମକ ବ୍ୟକ୍ତି ସପିଂ ମଲ ନିର୍ମାଣ କରିଛନ୍ତି । ପୌର ପରିଷଦର ଏକ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଏହି ମଲଟି ନିର୍ମାଣ ହୋଇଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାକୁ ବେଆଇନ ନିର୍ମାଣ ଦର୍ଶାଇ ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା ।
ସପିଂମଲ ଖୋଲିବା ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୂର୍ଗାପ୍ରସାଦ ପଣ୍ଡା ଓ କର୍ମୀମାନେ ବିରୋଧ କରିଥିଲେ । ସେହି ସମୟରେ ସପିଂମଲର ମାଲିକ ବାରାଣସି ନିଳକଣ୍ଠଙ୍କ ପୁଅ ବାରାଣସି ବିନୟ, ସଭାପତି ଦୂର୍ଗାପ୍ରସାଦ ପଣ୍ଡା ଓ ସମ୍ପାଦକ ବାଦଲ ମହାନ୍ତିଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ ଉତ୍ତେଜନା ବୃଦ୍ଧି ପାଇଥିଲା ।