ରାୟଗଡା: ରାଜ୍ୟରେ ପୁଣି କାଏମ ରହିଲା ନବୀନ ମ୍ୟାଜିକ୍ । କେନ୍ଦ୍ରରେ ମୋଦି ଭଳି ରାଜ୍ୟରେ ନବୀନ ଲହର ଦେଖିବାକୁ ମିଳିଛି । ଜନାଦେଶରେ ରାଜ୍ୟରେ ହାଟ୍ରିକ କରିଛି ବିଜୁ ଜନତା ଦଳ । ତେବେ ରାୟଗଡାର ଗୁଣୁପୁରରେ ମଧ୍ୟ ବାଜିଛି ଶଙ୍ଖ । ବିପୁଳ ମାତ୍ରା ଭୋଟ ପାଇ ଏଠାରେ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ।
ବିଜୟ ପରେ କଣ କହିଲେ ଗୁଣୁପୁର ବିଧାୟକ, ଚାଲନ୍ତୁ ଜାଣିବା - ନବୀନ ମ୍ୟାଜିକ୍
ଗୁଣୁପୁରରେ ନବୀନ ମ୍ୟାଜିକ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଦଳ ଏଥର ନୂଆ ମୁହଁ ଭାବେ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଦଳର ଆଶାକୁ ପୂରଣ କରିଛନ୍ତି ରଘୁନାଥ ଗମାଙ୍ଗ । ବିପୁଳ ଭୋଟରେ ସେ ବିଜୟୀ ହେବା ପରେ ରଘୁନାଥଙ୍କୁ ଭେଟିଥିଲେ ଆମ ଇଟିଭି ଭାରତ ଟିମ୍ । ତାଙ୍କ ସହ କରିଥିଲେ ଅଧିକ ଆଲୋଚନା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ