ରାୟଗଡା: କୋମଳମତି ଶିଶୁ ଓ ଗର୍ଭବତୀ ମା’ଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଛି ମିଶନ ଇନ୍ଦ୍ରଧନୁସ । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ତଥା ଇନ୍ଦ୍ରଧନୁସ 2.0 ଟୀକାକରଣ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲାରେ ଉଦଘାଟିତ ହୋଇଛି ।
ଇନ୍ଦ୍ରଧନୁସ 2.0: ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ - ଇନ୍ଦ୍ରଧନୁ 2.0 ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ
ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ଇନ୍ଦ୍ରଧନୁସ 2.0 ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ । ଶିଶୁ ଓ ଗର୍ଭବତୀ ମାଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଛି ମିଶନ ଇନ୍ଦ୍ରଧନୁସ । ଅଧିକ ପଢ଼ନ୍ତୁ...
ଇନ୍ଦ୍ରଧନୁସ 2.0 ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ
ଇନ୍ଦ୍ରଧନୁସ 2.0 ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ
ରାୟଗଡା ସିଡିଏମଓ ଡ଼ ଆର୍ତ୍ତବନ୍ଧୁ ନାୟକ ଆନୁଷ୍ଠାନିକ ଭାବେ ସ୍ଥାନୀୟ ରୟତ କଲୋନିରେ ପିଲାଙ୍କୁ ଔଷଧ ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ଟୀକାକରଣରୁ ଛାଡ ପାଇଥିବା ଶିଶୁ ଓ ଗର୍ଭବତୀ ମାଙ୍କୁ ଏଥିରେ ସାମିଲ କରାଯାଇଛି। ଏହି ଅଭିଯାନରେ ଜିଲ୍ଲାର 549ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ 984 ଜଣ ଶିଶୁ ଓ 191 ଜଣ ଗର୍ଭବତୀ ମହିଳାଙ୍କୁ ଟୀକା ପ୍ରଦାନର ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ