ରାୟଗଡା: କୋରୋନା କଟକଣାରେ ଫିକା ହେଲା ସାବିତ୍ରୀ ଅମାବାସ୍ୟା । ଖାଁ ଖାଁ ରହିଛି ଦେବାଳୟ । ଘରେ କୋଭିଡ କଟକଣା ଭିତରେ ବ୍ରତ ପାଳିଛନ୍ତି ବିବାହିତ ମହିଳା ।
ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସଧବା ସ୍ତ୍ରୀ ଜୀବନର ବଡ ବ୍ରତ । ହେଲେ ସାରା ଦେଶରେ କୋଭିଡ ଯୋଗୁଁ ଫିକା ପଡିଛି ସାବିତ୍ରୀ ବ୍ରତ । କେବଳ ବ୍ରତଧାରୀ ପରମ୍ପରା ଅନୁସାରେ ବ୍ରତ ପାଳନ କରିଛନ୍ତି । ମନରେ ଭକ୍ତି ରହିଥିଲେ ମଧ୍ୟ କୋରୋନା ସ୍ଥିତିକୁ ନେଇ ଭୟ କମିନି । ତଥାପି ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ରାୟଗଡା ସହରରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ମାନେ ।