ଓଡିଶା

odisha

ମାଇକଞ୍ଚ ଠାରେ ଶହୀଦ ଦିବସ ପାଳିତ

By

Published : Dec 17, 2020, 9:22 PM IST

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ଠାରେ ଜଳ, ଜମି, ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବିଦେଶୀ କମ୍ପାନୀ ବିରୋଧରେ ଲଢେଇକରି ତିନି ଜଣ ସ୍ଥାନୀୟ ବାସିନ୍ଦା ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ଗୁଳିକାଣ୍ଡରେ ପୋଲିସ ଗୁଳିରେ ମୃତ ହୋଇଥିବା ଆଦିବାସୀଙ୍କ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ମାଇକଞ୍ଚ ଶହୀଦ ସ୍ତମ୍ବ ଓ ବାଗ୍ରୀଝୋଲା ଠାରେ ୨୦ ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

sahid-diwas-celebrated-by rayagada
ମାଇକଞ୍ଚ ଠାରେ ଶହୀଦ ଦିବସ ପାଳିତ

ରାୟଗଡା: ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ଠାରେ ଜଳ, ଜମି, ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବିଦେଶୀ କମ୍ପାନୀ ବିରୋଧରେ ଲଢେଇକରି ତିନି ଜଣ ସ୍ଥାନୀୟ ବାସିନ୍ଦା ଦାମୋଦର, ଅଭିଳାଷ ଓ ରଘୁନାଥ ୧୭ ଡିସେମ୍ବର ୨୦୦୦ ଦିନ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ଗୁଳିକାଣ୍ଡରେ ପୋଲିସ ଗୁଳିରେ ମୃତ ହୋଇଥିବା ଆଦିବାସୀଙ୍କ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ମାଇକଞ୍ଚ ଶହୀଦ ସ୍ତମ୍ବ ଓ ବାଗ୍ରୀଝୋଲା ଠାରେ ୨୦ ତମ ଶହୀଦ ଦିବସ ପାଳିତ ହୋଇଯାଇଛି ।

ମାଇକଞ୍ଚ ଠାରେ ଶହୀଦ ଦିବସ ପାଳିତ

କାରଖାନା ପ୍ରତିଷ୍ଠାକୁ ବିରୋଧ କରି ସଂଗ୍ରାମ କରୁଥିବା ପ୍ରାକୃତିକ ସୁରକ୍ଷା ମଞ୍ଚର ତିନି ଆଦିବାସୀ ମଧ୍ୟରୁ ମାଇକଞ୍ଚ ଗ୍ରାମର ଅଭିଳାଷ ଝୋଡିଆ ଏବଂ ବାଗ୍ରୀଝୋଲା ଗ୍ରାମର ଦାମଦୋର ଝୋଡିଆ,ରଘୁନାଥ ଝୋଡିଆ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାପରେ ମୃତ ବ୍ୟକ୍ତିଙ୍କ ସ୍ମୃତି ନିମନ୍ତେ ପ୍ରତିବର୍ଷ ମୃତ ପରିବାର ଲୋକେ ଏବଂ ସଂଗ୍ରାମୀମାନେ ଏକତ୍ରିତ ହୋଇ ଏହି ଶହୀଦ ଦିବସ ପାଳିଥାନ୍ତି । ଏହି ବର୍ଷ ମଧ୍ୟ ମୃତ ପରିବାର ଲୋକେ, ଆଦିବାସୀ ଏକତା ପରିଷଦ ଏବଂ ଗ୍ରାମବାସୀ ଶହୀଦ ସ୍ତମ୍ବ ନିକଟକୁ ଯାଇ ପୂଜାର୍ଚ୍ଚନା କରିବା ସହ ଶହୀଦ ଦିବସ ପାଳନ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details