ଓଡିଶା

odisha

ETV Bharat / state

ଟଙ୍କା ନେଇ ଠକି ଦେଲା ‘ସାହାରା ଇଣ୍ଡିଆ’! ଥାନାରେ ଦ୍ବାରସ୍ଥ ଜମାକାରୀ - sahara india company

ଟଙ୍କା ଫେରି ନପାଇବାରୁ ସାହାରା ଇଣ୍ଡିଆ କମ୍ପାନୀର ଏଜେଣ୍ଟଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ରାୟଗଡା ବିଷମକଟକ ଅଞ୍ଚଳର ଜମାକାରୀ ।

ଟଙ୍କା ନେଇ ଠକି ଦେଲା ‘ସାହାରା ଇଣ୍ଡିଆ’! ଥାନାର ଦ୍ବାରସ୍ଥ ହେଲେ ଜମାକାରୀ
ଟଙ୍କା ନେଇ ଠକି ଦେଲା ‘ସାହାରା ଇଣ୍ଡିଆ’! ଥାନାର ଦ୍ବାରସ୍ଥ ହେଲେ ଜମାକାରୀ

By

Published : Sep 3, 2020, 7:09 AM IST

Updated : Sep 3, 2020, 7:38 AM IST

ରାୟଗଡା: ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ଜମା ରଖିଥିବା ସାହାରା ଇଣ୍ଡିଆ ଏବେ ଧରା ଛୁଆଁ ଦେଉନି । ଏପଟେ ଦୀର୍ଘ ବର୍ଷ ଧରି ଟଙ୍କା ନପାଇ ବହୁ ହନ୍ତ ସନ୍ତ ହେଉଥିବା ଜମାକାରୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଟଙ୍କା ନଫେରେଇବା ଭଳି ଅନେକ ଅଭିଯୋଗ ସାହାରା ବିରୁଦ୍ଧରେ ଥିଲେ ସୁଦ୍ଧା ଏଯାବତ୍‌ ରାଜ୍ୟରେ କୈଣସି ପଦକ୍ଷେପ ନିଆଯାଇନାହଁ । ଏବେ ଲୋକଙ୍କ କଷ୍ଟର୍ଜିତ ଟଙ୍କା କିଏ ଫେରାଇବ ଚିନ୍ତାରେ ପଡିଯାଇଛନ୍ତି ଜମାକାରୀ ।

ଟଙ୍କା ନେଇ ଠକି ଦେଲା ‘ସାହାରା ଇଣ୍ଡିଆ’! ଥାନାର ଦ୍ବାରସ୍ଥ ହେଲେ ଜମାକାରୀ

ଦିପଇସା ସଞ୍ଚୟ ଆଶାରେ ପେଟରୁ କାଟି ଅର୍ଥ ଲଗାଣ କାରି ସଂସ୍ଥା ‘ସାହାରା ଇଣ୍ଡିଆ’ରେ ଟଙ୍କା ଜମା ରଖି ଥିଲେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳ ଅନେକ ମହିଳା । ଏମାନେ ୨୦୧୩ ରୁ ସାହାରା ଇଣ୍ଡିଆର ମାସିକ କିସ୍ତି ହିସାବରେ ଟଙ୍କା ଜମା ରଖିଥିଲେ । ହେଲେ ଗତ ତିନିବର୍ଷ ହେବ ସେମାନେ ଏ ବ୍ରାଞ୍ଚରୁ ସେ ବ୍ରାଞ୍ଚକୁ ଦୌଡୁଥିଲେ ସୁଦ୍ଧା ଏଯାବତ ତାଙ୍କ କଷ୍ଟର୍ଜିତ ଟଙ୍କା ଫେରସ୍ଥ କେହି ମଧ୍ୟ ନା ଗନ୍ଧ ଧରୁ ନାହାଁନ୍ତି ।

ଫଳରେ ବାଧ୍ୟ ହୋଇ ୪୦ରୁ ଉର୍ଦ୍ଧ୍ବ ମହିଳା ବିଷମକଟକ ଥାନାରେ ଏଜେଣ୍ଟଙ୍କ ନାଁରେ ଏତଲା ଦେଇଛନ୍ତି । ହେଲେ ଏ ପ୍ରସଙ୍ଗରେ ପୋଲିସ ମୁହଁ ଖୋଲୁନି ବୋଲି ଅଭିଯୋଗ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

Last Updated : Sep 3, 2020, 7:38 AM IST

ABOUT THE AUTHOR

...view details