ରାୟଗଡା: ରାୟଗଡା ସହରର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ବେଆଇନ ପଲିଥିନ ଉପରେ ଚଢଉ କରାଯାଇଛି । ପୌର ପରିଷଦ ଓ ପୋଲିସର ମିଳିତ ଭାବେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ।
ଏହାସହ ୪୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ତେବେ ଏହି ପଲିଥିନ ବିକ୍ରିକୁ ସମ୍ପୂର୍ଣ ଭାବେ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ସହରରେ ଖୁଲୁମଖୁଲା ନିତିଦିନ ଏହା ବ୍ୟବହାର ହେଉଥିବା ଦେଖାଯାଉଛି ।