ଓଡିଶା

odisha

ETV Bharat / state

30 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଗୁଣପୁର ପୋଲିସ ହାବୁଡ଼ରେ ପଡି ଧରାପଡିଛନ୍ତି 2 ଚୋରା ଚାଲାଣକାରୀ । ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Aug 10, 2020, 7:56 PM IST

30 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ
30 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ରାୟଗଡା: ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଗୁଣପୁର ପୋଲିସ ହାବୁଡ଼ରେ ପଡି ଧରାପଡିଛନ୍ତି 2 ଚୋରା ଚାଲାଣକାରୀ । ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ରବିବାର ରାତିରେ ପୋଲିସ ବାଙ୍ଗି ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଏକ ଟ୍ରକ ଗୁମୁଡ଼ା ଆଡୁ ଦ୍ରୁତ ଗତିରେ ଆସୁଥିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା ।

ଟ୍ରକରେ ପ୍ରାୟ 298 କେଜି ଗଞ୍ଜେଇ ରହିଥିବାବେଳେ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ଜଣାପଡିଛି । ପୋଲିସ ଉତ୍ତରପ୍ରଦେଶ ଅଞ୍ଚଳର ବୀର ସିଂ ଓ ଗୁମୁଡ଼ା ଅଞ୍ଚଳର ଜିତେନ୍ଦ୍ର ପାତିକାଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

30 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗିରଫ ଦୁଇ ବ୍ୟକ୍ତିଙ୍କ ସହ ଟ୍ରକ, ମୋବାଇଲ ଫୋନ, ଆଧାର କାର୍ଡ, ପାନ୍ କାର୍ଡ ସହ ଏକ ଲକ୍ଷ ଚାରି ହଜାର ଶହେ ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି । ଏଥିରେ ଅନ୍ୟ ସଂପୃକ୍ତଙ୍କୁ ଧରିବାକୁ ଅଧିକ ତଦନ୍ତ ଜାରି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details