ରାୟଗଡା: ରାୟଗଡାରେ ଥମୁନି ଗଞ୍ଜେଇ ଚୋରା ଚାଲାଣ । ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆମାନେ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ତେବେ ରାୟଗଡା ପୋଲିସର କଡା ପହରା ଯୋଗୁଁ ବର୍ତ୍ତିପାରୁନାହାଁନ୍ତି ଗଞ୍ଜେଇ ଚାଲାଣକାରୀ । ଧରା ପଡୁଛନ୍ତି ପୋଲିସ ହାତରେ ।
ଆଜି(ଶନିବାର) ପୁଣି ଥରେ ରାୟଗଡା ସହରସ୍ଥିତ ୪ କି.ମି ଦୂରସ୍ଥିତ ସିରିକୋଣା ଛକ ନିକଟରୁ ୨୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ପୋଲିସ ଟିମ ସକାଳ ୬.୨୫ ମିନିଟ ସମୟରେ ସିରିକୋଣା ଛକ ନିକଟରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏକ ବୋଲେରୋ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା ରାୟଗଡା ପୋଲିସ ।