ରାୟଗଡ଼ା: ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଗଜପତି ଅଞ୍ଚଳରେ ଦେଖାଦେଇଥିବା ବାଘକୁ ନେଇ ବର୍ତ୍ତମାନ ରାୟଗଡା ଜିଲ୍ଲାରେ ଆତଙ୍କ ଦେଖା ଦେଇଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର. ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଥିଲା । ଗଜପତି ବନ ବିଭାଗ ପକ୍ଷରୁ ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଯାଇଥିବା ବେଳେ ଏହି ବାଘର ଫଟୋ କଏଦ୍ ହୋଇଥିବା ସୂଚନା ଦେଇଛି ବନବିଭାଗ । ବର୍ତ୍ତମାନ ଏହି ବାଘ ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ପ୍ରବେଶ କରିଛି ।
ଆଜି ସନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର. ଉଦୟଗିରି ସୀମା ପାର କରି ରାୟଗଡ଼ା ସୀମା ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସନ୍ଦେହ କରିଛି । ଗଜପତି ବନ ବିଭାଗ ରାୟଗଡ଼ା ଜିଲ୍ଲା ଗୁଣୁପୁର ରେଞ୍ଜର ବନବିଭାଗକୁ ବାଘ ରାୟଗଡ଼ା ଗଜପତି ବର୍ଡର କ୍ରସ କରିଥିବା ଅନୁମାନ କରି ଗୁଣୁପୁର ରେଞ୍ଜକୁ ସୂଚନା ଦେଇଛି । ବନବିଭାଗର ସୂଚନା ପରେ ଗୁଣୁପୁର ଓ ଗୁଡାରି ବନବିଭାଗର ତତ୍ପରତା ପ୍ରକାଶ ପାଇବା ସହ ବାଘର ଗତିବିଧି ଉପରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଆଜି ଗୁଡାରି ରେଞ୍ଜ ଅନ୍ତର୍ଗତ ଗୁଡାରି ଓ ମୁନିଗୁଡା ସୀମାଞ୍ଚଳର ବୋରିପଦର ଠାରେ ଗୁଡାରି ବନ ବିଭାଗ ବାଘର ପାଦ ଚିହ୍ନ ଠାବ କରିଥିବା ରାୟଗଡା ବନବିଭାଗର ଏସିଏଫ ସନ୍ଦୀପ ପୃଷ୍ଟି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବୁଲିଛି ମହାରାଷ୍ଟ୍ରର ମହାବଳ; 4 ରାଜ୍ୟ ଡେଇଁ ଓଡ଼ିଶା ଆସିଛି