ରାୟଗଡା: ସହରର ଏଫସିଆଇ ଛକ ନିକଟରୁ 24 ଲକ୍ଷ ଟଙ୍କା ଲୁଟ୍ ହେବା ଘଟଣାର ପର୍ଦାଫାଶ କରିଛି ରାୟଗଡା ଟାଉନ୍ ଥାନା ପୁଲିସ । ଲୁଟ୍ ର ଶିକାର ହୋଇଥିବା ସିଏମଏସ୍ ସଂସ୍ଥାର କର୍ମଚାରୀ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ରାୟଗଡା ଏସପି ଶର୍ବଣା ବିବେକ.ଏମ୍. ସୂଚନା ଦେଇଛନ୍ତି । ଏହି ଘଟଣାରେ ସିଏମଏସ୍ ସଂସ୍ଥାର କର୍ମଚାରୀ ଅନିଲ ଗରଡିଆଙ୍କ ସମେତ ଅନ୍ୟ 3 ଜଣଙ୍କୁ ପୁଲିସ ଗିରଫ କରିଛି ।
ସେମାନଙ୍କ ଠାରୁ ନଗଦ 24 ଲକ୍ଷ ଟଙ୍କା ସହ ଗୋଟିଏ ବାଇକ୍ ଜବତ କରିଛି ପୁଲିସ । ଗତ 10 ତାରିଖ ଦିନ ସିଏମଏସ୍ ସଂସ୍ଥାର କର୍ମଚାରୀ ଅନିଲ ଗରଡିଆ ଗ୍ରାହକଙ୍କ ଠାରୁ 24 ଲକ୍ଷ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ପୈଠ କରିବାର ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟାଉନ ଥାନାରେ ଟଙ୍କା ଲୁଟ୍ ହେବା ନେଇ ଅଭିଯୋଗ ହୋଇଥିଲା । ତେବେ ଅନିଲ୍ ଗରଡିଆ କୌଶଳକ୍ରମେ ଅନ୍ୟ 3 ଅଭିଯୁକ୍ତଙ୍କ ସହ ମିଶି ଲୁଟର ନାଟକ ରଚିଥିଲା ।