ଓଡିଶା

odisha

ETV Bharat / state

ଉପାନ୍ତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ - ରାୟଗଡା ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରୋଗୀଙ୍କୁ କେତେବେଳେ ଷ୍ଟ୍ରେଚରରେ ତ କେତେବେଳେ କାନ୍ଧରେ ବୋହି ନେବା ଖବର ଥମିବାର ନାଁ ଧରୁନି । ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି । ରାୟଗଡା ଜିଲ୍ଲା ମୁନିଗୁଡାରେ ରାସ୍ତା ସମସ୍ୟା ଯୋଗୁଁ 10 କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ । ଅଧିକ ପଢନ୍ତୁ...

10 km on stretcher in rayagada
ଉପାନ୍ତରେ ସ୍ବାସ୍ଥ୍ୟସେବା, ୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

By

Published : Mar 2, 2021, 10:06 PM IST

ରାୟଗଡା: ପୁଣି ଷ୍ଟ୍ରେଚରରେ ବୁହାହେଲେ ରୋଗୀ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସି ଅଧ୍ୟୁଷିତ ତଥା ଉପାନ୍ତ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକରେ ।

ଉପାନ୍ତରେ ସ୍ବାସ୍ଥ୍ୟସେବା, ୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ କ୍ଷୋଭ ଭରା କଥା । ଯାହାକି ଜିଲ୍ଲାର ବାସ୍ତବ ଚିତ୍ରକୁ ଚିତ୍ରଣ କରୁଛି । ରାସ୍ତା ଅଛି ହେଲେ ଘାଟି ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ୧୦ କମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ଡାକ୍ତରଖାନାରେ ଭର୍ତ୍ତି ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଡିମିରିଗୁଡା ପଞ୍ଚାୟତର ଉଚେତପାରୁ ଗାଁରେ ।

ଏହି ଗାଁର ୭ ବର୍ଷର ଝିଅ ତ୍ରିପ୍ତୀ ଉର୍ଲିକିଆଙ୍କ ଭୀଷଣ ପେଟ ଯନ୍ତ୍ରଣା ହେବାରୁ ଆଜି ଡାକ୍ତରଖାନା ନେବା ପାଇଁ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଘାଟି ରାସ୍ତା ସହ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି ଦେଖାଯିବାରୁ ଆମ୍ବୁଲାନ୍ସଟି ଘାଟି ପାର ହୋଇ ଯାଇ ପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଷ୍ଟାଫ ସହାୟତାରେ ଷ୍ଟ୍ରେଚରରେ ୧୦ କିମି ବୋହି ଆଣିବା ପରେ ତ୍ରିପ୍ତୀଙ୍କୁ ଅମ୍ବାଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ସେବ ତ କେତେବେଳେ ପାହାଡିଆ ରାସ୍ତା ଯୋଗୁଁ ରୋଗୀଙ୍କ ପାଖକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details