ରାୟଗଡ଼ା: ଜିଲ୍ଲାର ମଝିଘରିଆଣୀ ମନ୍ଦିର ପୋଲ ନିକଟରେ ସ୍କୁଟି ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଖବର ପାଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ମୃତକ ଜଣକ ହେଉଛନ୍ତି ଜଣେ 5 ବର୍ଷର ଶିଶୁକନ୍ୟା ଇନ୍ଦୁ ତାଡ଼ିଙ୍ଗି । ତାଙ୍କ ଘର ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତ ଅନ୍ତର୍ଗତ ଉମରବିଲି ଗ୍ରାମରେ । ଗ୍ରାମର ସନ୍ତୋଷ ତାଡ଼ିଙ୍ଗି ତାଙ୍କ ଝିଅ ଲିଜା ଓ ରାଇସିଂ ତାଡ଼ିଙ୍ଗିଙ୍କ ଝିଅ ଇନ୍ଦୁ ତାଡ଼ିଙ୍ଗିଙ୍କ ସହ ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ ଆଶ୍ରମ ବିଦ୍ୟାଳୟକୁ ଏକ ସ୍କୁଟି (ଓଡି-୧୮-ସି-୫୬୨୬) ଯୋଗେ ଯାଉଥିଲେ । ସେଠାରୁ ନିଜ ଗାଁ ଉପରବିଲିକୁ ଫେରିବା ବେଳେ ମଝିଘରିଆଣୀ ପୋଲ ନିକଟରେ ଆନ୍ଧ୍ରପ୍ରଦେଶ ପଟରୁ ରାୟଗଡ଼ାକୁ ଫେରୁଥିବା ଟ୍ରକ (ଓଡି-୧୮-ଏ-୫୧୮୭) ମୁହାଁମୁହିଁ ଧକ୍କା ହୋଇଥିଲା ।