ଓଡିଶା

odisha

ETV Bharat / state

ରେଳ ଧାରଣା ଦେଇ ଫେରୁଥିଲେ ଦାଦନ ଶ୍ରମିକ, ମୁନିଗୁଡା ପ୍ରଶାସନ କଲା ଉଦ୍ଧାର - labour Rescued by the Muniguda administration

ରେଳ ଧାରଣାରେ ଚାଲି ଚାଲି ଫେରିବା ବାଟରେ ମୁନିଗୁଡା ପ୍ରଶାସନ ଦ୍ବାରା ଉଦ୍ଧାର ହେଲେ ଦାଦନ ଶ୍ରମିକ । ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...

rescued-by-the-muniguda-administration-on-the-way-back-on-the-train
ରେଳ ଧାରଣା ଦେଇ ଫେରୁଥିଲେ ଦାଦନ ଶ୍ରମିକ, ମୁନିଗୁଡା ପ୍ରଶାସନ କଲା ଉଦ୍ଧାର

By

Published : Apr 6, 2020, 11:17 AM IST

Updated : Apr 6, 2020, 11:43 AM IST

ରାୟଗଡ଼ା: ରେଳ ଧାରଣାରେ ଚାଲି ଚାଲି ଫେରିବା ବାଟରେ ମୁନିଗୁଡା ପ୍ରଶାସନ ଦ୍ବାରା ଉଦ୍ଧାର । ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇ ଥିବା 18 ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଲକଡାଉନ ଯୋଗୁଁ ଜୀବିକା ହରାଇବା ପରେ , ନିଜ ଗାଁ କଳାହାଣ୍ଡି ଜିଲ୍ଲା ଜୁନାଗଡକୁ ଫେରି ଆସିବାକୁ ଏମାନେ ବାଧ୍ୟ ହୋଇଥିଲେ ।

ରେଳ ଧାରଣା ଦେଇ ଫେରୁଥିଲେ ଦାଦନ ଶ୍ରମିକ, ମୁନିଗୁଡା ପ୍ରଶାସନ କଲା ଉଦ୍ଧାର

ଲକଡାଉନ ଘୋଷଣା ପରେ ସେମାନଙ୍କ କାମ ଧନ୍ଦା ବନ୍ଦ ହେଇଯିବା ପରେ ଖାଦ୍ୟର ଅଭାବ ଦେଖା ଦେଲା । ଫଳରେ ଗାଁକୁ ଚାଲିଆସିବାରୁ ସ୍ଥିର କରିଥିବାବେଳେ ରେଳ ଧାରଣାରେ ଚାଲି ଚାଲି ଆସୁଥିବା କହିଛନ୍ତି ଶ୍ରମିକମାନେ । ତେବେ ଖବର ପାଇ ମୁନିଗୁଡ଼ା ପ୍ରଶାସନ ତରଫରୁ ସେମାନଙ୍କୁ ଅଟକାଇଥିବା ବେଳେ ସ୍ଥାନୀୟ ଯୁବକ ସଂଘ ତରଫରୁ ତାଙ୍କୁ ହାତ ଧୁଆଇବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ପ୍ରଶାସନ ତରଫରୁ ସେମାନଙ୍କୁ ଆଇସୋଲେସନ ହୋମରେ ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବା ନେଇ ସ୍ଥାନୀୟ ବିଡିଓ ଦିଲୀପ କୁମାର ବେହେରା ପ୍ରକାଶ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 6, 2020, 11:43 AM IST

ABOUT THE AUTHOR

...view details