ଓଡିଶା

odisha

Repolling: ସାନି ମତଦାନରେ ସାମିଲ ଡଙ୍ଗରିଆ କନ୍ଧ, ପୂର୍ବରୁ ଟେକି ନେଇଥିଲେ ଭୋଟବାକ୍ସ

ରାୟଗଡ଼ା ନିୟମଗିରି ରାଇଲିମାରେ ଶୃଙ୍ଖଳାର ସହ ଶେଷ ହୋଇଛି ସାନି ମତଦାନ । ପୂର୍ବରୁ ଭୋଟ ବାକ୍ସକୁ ଡଙ୍ଗରିଆ କନ୍ଧ ଉଠାଇ ନେବା ପରେ ପୁଣି ଆଜି ହୋଇଛି ଭୋଟିଂ । ଅଧିକ ପଢନ୍ତୁ

By

Published : Feb 25, 2022, 6:44 PM IST

Published : Feb 25, 2022, 6:44 PM IST

ରାଇଲିମାରେ ସାନି ମତଦାନ ଶେଷ, ଭୋଟବାକ୍ସ ଉଠାଇ ନେଇଥିଲେ ଡଙ୍ଗରିଆ କନ୍ଧ
ରାଇଲିମାରେ ସାନି ମତଦାନ ଶେଷ, ଭୋଟବାକ୍ସ ଉଠାଇ ନେଇଥିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳ ରାଇଲିମା ଗାଁର ୧୪ ନମ୍ବର ମତଦାନ କେନ୍ଦ୍ରରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ନାଁ ନଥିବାରୁ ଡଙ୍ଗରିଆ କନ୍ଧ ବାକ୍ସ ଉଠାଇ ନେବା ପରେ ବନ୍ଦ ଥିଲା ମତଦାନ । ତେବେ ପୁଣି କଡ଼ା ସୁରକ୍ଷାରେ ଏଠାରେ ଶେଷ ହୋଇଛି ପୁନଃ ଭୋଟଗ୍ରହଣ ।

Repolling: ନିୟମଗିରି ରାଇଲିମାରେ ସାନି ମତଦାନ ଶେଷ

କେନ୍ଦ୍ରରେ ମୋଟ ୧୯୯ ଜଣ ଭୋଟରଙ୍କ ମଧ୍ୟରୁ ୧୫୦ ଖଣ୍ଡ ଭୋଟ ପଢ଼ିଛି। ଏହି ଅଞ୍ଚଳ ଅତି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ କୁମ୍ଭିଂ ଅପରେସନକୁ ଜୋରଦାର କରାଯାଇଛି । ଭୋଟର ତାଲିକାରେ ନାମା ନଥିବା ପ୍ରତିବାଦରେ ଭୋଟ ବାକ୍ସ ଉଠାଇ ନେଇ ଯାଇଥିଲେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ । ଫଳରେ ଏଠାରେ ପୁଣି ମତଦାନ କରାଯାଇଛି ।

ଏହା ବି ପଢନ୍ତୁ: Panchayat Poll: ଭୋଟ ତାଲିକାରେ ନା ନଥିବାରୁ ଡଙ୍ଗରିଆଙ୍କ ଆନ୍ଦୋଳନ, ଧର୍ମେନ୍ଦ୍ରଙ୍କ ଚିନ୍ତା

ତେବେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭୋଟର ତାଲିକାରେ ଉପର ମୁଶୁଡି ଓ ତଳ ମୁଶୁଡ଼ି ଗାଁର ପ୍ରାୟ ୧୦୦ ଜଣଙ୍କ ଭୋଟ ତାଲିକାରେ ନାମ ନଥିଲା । ସେହି ପ୍ରତିବାଦରେ ଭୋଟ ବାକ୍ସକୁ ଉଠାଇ ନେଇଯାଇଥିଲେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ । ବର୍ତ୍ତମାନର ସୂଚନା ଅନୁସାରେ ତଳ ମୁଶୁଡି ଓ ଉପର ମୁଶୁଡି ଦୁଇଟି ଗାଁର ୭୦ ଜଣଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଛି । ପୂର୍ବେ ଭୁଲବଶତଃ ଏହି ତାଲିକାରେ ସେମାନଙ୍କର ନାମ ନଥିଲା ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details