ଓଡିଶା

odisha

ETV Bharat / state

ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲିବତୀ ମୋହ - ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲିବତୀ ମୋହ

ନାଲିବତୀ ବ୍ୟବହାର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି ଗୁଣପୁର ଉପ ଜିଲ୍ଲାପାଳ । ମୋହ ତୁଟୁନାହିଁ ନାଲିବତୀ ଉପରୁ। ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲ ଖୋଲାଖୋଲି ନାଲିବତୀ ବ୍ୟବହାର କରୁଥିବା ନଜରକୁ ଆସିଛି । ଅଧିକ ପଢନ୍ତୁ

ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲିବତୀ ମୋହ
ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲିବତୀ ମୋହ

By

Published : Feb 2, 2022, 10:39 PM IST

ରାୟଗଡା:ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲି ବତୀ ମୋହ ।ଦେଶରେ ନାଲିବତୀ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ହେଲେ କିଛି ଅଫିସରଙ୍କ ନାଲିବତୀ ଉପରୁ ମୋହ ତୁଟୁନାହିଁ । ଯାହା ନଜରକୁ ଆସିଛି ରାୟଗଡା ଜିଲ୍ଲାରେ। ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲ ଖୋଲାଖୋଲି ନାଲିବତୀ ବ୍ୟବହାର କରୁଥିବା ନଜରକୁ ଆସିଛି । ଏଭଳିକି ନାଲିବତୀ ସହିତ ଆଇଏଏସ ବୋଲି ଫ୍ଲାଗ ମଧ୍ୟ ନିଜର ଅଫିସିଆଲ କାରରେ ସେ ଲଗାଇ ବୁଲୁଛନ୍ତି । ସେ ସର୍ବଦା ଏହା ବ୍ୟବହାର କରୁଥିବା ଜଣାପଡିଛି । ଯେଉଁଠି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନାଲିବତୀ ବ୍ୟବହାର କରୁନାହାନ୍ତି, ସେଠି ସାମାନ୍ୟ ଉପଜିଲ୍ଲାପାଳ ଏହା ବ୍ୟବହାର କରିବା ସମସ୍ତଙ୍କୁ ଚକିତ କରିଛି।

ଗୁଣପୁର ଉପଜିଲ୍ଲାପାଳଙ୍କ ଭାଙ୍ଗିନି ନାଲିବତୀ ମୋହ

ଖୋଦ ରାୟଗଡା ଜିଲ୍ଲାପାଳ, ରାୟଗଡା ଉପଜିଲ୍ଲାପାଳ ନାଲି ବତୀ ବ୍ୟବହାର କରୁନାହାନ୍ତି । କିନ୍ତୁ ଗୁଣପୁର ଉପଜିଲ୍ଲାପାଳ ଏହା ବ୍ୟବହାର କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ତେବେ ଏହା କିଭଳି ସମ୍ଭବ ହୋଇଛି ତାହା ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଲୋକେ। ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହା ଜାଣି ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି। ତେବେ ଜଣେ ଉପଖଣ୍ଡିୟ ଦଣ୍ଡାଧୀଶ ଫ୍ଲାଗ କୋଡ ଆଇନକୁ ଯଦି ମାନିବେ ନାହିଁ ତେବେ ଆମେ କହିବା କାହାକୁ । ଏ ନେଇ ଉପଜିଲ୍ଲାପାଳ ସୋନାଲ କହିଛନ୍ତି କି ସରକାରୀ ନିୟମ ଅନୁଯାୟୀ ସେ ଗାଡିରେ ୟେଲୋ ବତୀ ଲଗାଇଛନ୍ତି ।

ତେବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ କହିବାକଥା ଆଇନ କାନୁନ ପରିସ୍ଥିତିରେ ଜଣେ ମାଜିଷ୍ଟ୍ରେଟ ଡିୟୁଟିରେ ଥିବା ସମୟରେ କିମ୍ବା ଆପାତଃକାଳୀନ ପରିସ୍ଥିତିରେ ଯିବା ସମୟରେ ୟେଲୋ ବତୀ ବ୍ୟବହାର କରିପାରିବେ । କିନ୍ତୁ ସମ୍ପୃକ୍ତ ଅଧିକାରୀ ଗୁଣପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲା ଦିନରୁ ହିଁ ନିଜ ଗାଡିରେ ଏହି ଲାଇଟ ଲଗାଇଥିବା ସ୍ଥାନୀୟ ଲୋକ କହନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details