ଓଡିଶା

odisha

ETV Bharat / state

ମିଳିଲାନି ଆମ୍ବୁଲାନ୍ସ, ନବଜାତକକୁ ହରାଇଲା ମା' - 6 ମାସର ଗର୍ଭବତୀ ମହିଳା ନିପୁଳି ମାଝି

ରାୟଗଡା ଜିଲ୍ଳା ମୁନିଗୁଡା ବ୍ଳକ ଗାଙ୍ଗୁଡି ଗ୍ରାମରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଶୁଶୁକୁ ହରାଇଲା ମା' ।

ମିଳିଲାନି ଆମ୍ବୁଲାନ୍ସ, ନବଜାତକକୁ ଶିଶୁକୁ ହରେଇଲା ମା'

By

Published : Sep 13, 2019, 1:14 AM IST

Updated : Sep 13, 2019, 5:46 AM IST

ରାୟଗଡା: ଆମ୍ବୁଲାନ୍ସ ନପାଇ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଶୁଶୁକୁ ହରାଇଲା ମା' । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଳା ମୁନିଗୁଡା ବ୍ଳକ ଗାଙ୍ଗୁଡି ଗ୍ରାମରେ ।

ଏହି ଗ୍ରାମର 6 ମାସର ଗର୍ଭବତୀ ମହିଳା ନିପୁଳି ମାଝି । ସ୍ବାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ନିଜ ପରିବାର ପାଇଁ ପିଡିଏସ ଚାଉଳ ଆଣିବା ପାଇଁ ଦୀର୍ଘ ୧୨କିଲୋମିଟର ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ ନିପୁଳି । ସେଠାରେ ହଠାତ୍ ଗର୍ଭଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡିଥିଲେ ସେ ।

ମିଳିଲାନି ଆମ୍ବୁଲାନ୍ସ, ନବଜାତକକୁ ଶିଶୁକୁ ହରେଇଲା ମା'

ହେଲେ ଠିକ୍ ସମୟରେ ଆସିନଥିଲା ଆମ୍ବୁଲାନ୍ସ। ଉପାୟ ଶୂନ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ନିପୁଳିଙ୍କୁ ଏକ ଅଟୋରିକ୍ସା ମାଧ୍ୟମରେ ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଡାକ୍ତର ପ୍ରସବ କରାଇବାରେ ଅକ୍ଷମ ହୋଇଥିବାରୁ ଅଧା ପ୍ରସବରେ ତାଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ହେଲେ ବିଡମ୍ବନାର ବିଷୟ ସେଠାରେ ମଧ୍ୟ ସରକାରୀ ଆମ୍ବୁଲାନ୍ସ କିମ୍ବା ଜନନୀ ସୁରକ୍ଷା ଗାଡି ଉପଳବ୍ଧ ନଥିବାରୁ ନିଜେ କାର୍ଯ୍ୟରତ ଏଏନ୍‌ଏମ୍‌ ନୀରଦା ମହାନ୍ତି ଏକ ଘରୋଇ ଗାଡି ଭଡା କରି ନିପୁଳିଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ତେବେ ନିପୁଳି ମାଝି ସୁସ୍ଥ ରହିଥିବାବେଳେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 13, 2019, 5:46 AM IST

ABOUT THE AUTHOR

...view details