ଓଡିଶା

odisha

ETV Bharat / state

ସାବାଡ ହେବେ ରୋଡ଼ ରୋମିଓ - POLICE TAKING STEPS FOR ROAD SIDE ROMIOS

କମ୍ ବୟସରେ ଅଧିକ ଦୌରାତ୍ମ୍ୟ । ପୁଣି ଗାଡ଼ିରେ ଲଗାଉଛନ୍ତି ଅଧିକ ଶବ୍ଦ ବିଶିଷ୍ଟ ହର୍ନ । ଯାହାକୁ ନେଇ ରାୟଗଡ଼ା ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ରୋଡ଼ ରୋମିଓଙ୍କ ଉପରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ  ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

By

Published : Jul 18, 2019, 9:23 AM IST

Updated : Jul 18, 2019, 2:53 PM IST

ରାୟଗଡ଼ା: ଦୀର୍ଘ ଦିନ ହେବ ସହରରେ ବଢ଼ି ଚାଲିଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ । ଅପ୍ରାପ୍ତ ବୟସ୍କର ନାବାଳକମାନେ ରୋଡ଼ରେ ବେଆଇନ ଭାବେ ମଟର ସାଇକେଲରେ ଉଚ୍ଚ ଶବ୍ଦ ଜନିତ ସାଇଲେନସର ଲଗାଇ କ୍ଷୀପ୍ର ଗାଡ଼ି ଚାଳନା କରୁଛନ୍ତି । ଏହାଦ୍ୱାରା ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି ।

ଏନେଇ ବାରମ୍ବାର ପୋଲିସକୁ ଦାବି କରିଆସିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଦାବି ମୁତାବକ ରାୟଗଡ଼ା ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ରୋଡ଼ ରୋମିଓଙ୍କ ଉପରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ୭୦ଟି ବିଭିନ୍ନ କିସମର ମଟରସାଇକେଲ ଜବତ କରିବା ସହ ସେଥିରେ ଲଗାଯାଇଥିବା ଉଚ୍ଚ ଶବ୍ଦ ଜନିତ ସାଇଲେନସରକୁ ଖୋଲି ଦେଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା


ଏଥିସହିତ ପୋଲିସ ଏମାନଙ୍କ ଠାରୁ ୨୪ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରିଛି । ତେବେ ଏଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ାଉ କରାଯିବା ସହ କଲେଜ ଏବଂ ସ୍କୁଲ ଛକରେ ରୋଡ଼ ରୋମିଓଙ୍କ ଦୌରାତ୍ମ୍ୟକୁ ପ୍ରତିହତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ଭି.ଆର .ରାଓ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jul 18, 2019, 2:53 PM IST

ABOUT THE AUTHOR

...view details