ରାୟଗଡା: ରାୟଗଡା ସହର ମଧ୍ୟଦେଇ 326 ନମ୍ବର ଜାତୀୟ ରାଜପଥରେ ବହୁଳ ମାତ୍ରାରେ ଭାରିଯାନ ଯାତାୟତ ଯୋଗୁଁ ବହୁସମୟରେ ଛୋଟବଡ ଦୁର୍ଘଟଣା ଘଟି ମୃତାହତ ହେଉଛନ୍ତି ଅନେକ ଲୋକ । ଫଳରେ ପ୍ରଶାସନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ନିଷେଧ କରିଥିଲା । କିନ୍ତୁ ଗତ 10 ତାରିଖ ଦିନ ଟ୍ରକ ମାଲିକ ସଂଘର ଚାପରେ ଆସି ଜିଲ୍ଲା ଓ ପୋଲିସ ପ୍ରଶାସନ ପୁଣି ଦିନବେଳା ସହର ଦେଇ ଭାରିଜାନ ଚଳାଚଳ ପାଇଁ ଅନୁମତି ଦେଇଛି ।
ଭାରିଯାନ ପ୍ରବେଶକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ - vehical
ରାୟଗଡା ସହର ଭିତର ଦେଇ ଭାରି ଜାନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଯାହାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଶୁନିଲକୁମାର ପଣ୍ଡା ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ