ରାୟଗଡା: ରାଜ୍ୟକୁ ଗଞ୍ଜେଇ ମୁକ୍ତ ଘୋଷଣା ପାଇଁ ତତ୍ପର ଅବକାରୀ ଏବଂ ପୋଲିସ ବିଭାଗ । ଏହି ପରିପ୍ରେକ୍ଷୀରେ ପୁଣି ରାୟଗଡାରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଜପତି-ରାୟଗଡା ସୀମାନ୍ତ ଗୁଡାରୀ ବନାଞ୍ଚଳରର ସିମିରି ଓ ତାରପାଗୁଡାର ପୃଥକ ପୃଥକ ସ୍ଥାନରେ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି ।
ଗୁଣପୁର ଏସଡିପିଓ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଗୁଡାରୀ ଥାନା ଅଧିକାରୀ ଏସକେ ତାଉଡିଆ, ପଦ୍ମପୁର ଓଆଇସି ବିଶ୍ୱରଞନ ମିଶ୍ର, କେନ୍ଦୁଗୁଡା ଏଏସଆଇ କିଶୋର ବେହେରା, ଗୁଣପୁର ଅବକାରୀ ଏସଆଇ ମାଧବ କୌଶଲ୍ୟା, ଏଏସ୍ଆଆଇ ଦିବାକର ମହାପାତ୍ର, ଗୁଡାରୀ ଏସଆଇ ଏଲ୍ ମାଧବଜି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପୋଲିସ୍ ଓ ଅବକାରୀ କର୍ମଚାରୀ ପଦ୍ମପୁର, ଗୁଡାରୀ ଓ ଗୁଣପୁର ଥାନାର କର୍ମଚାରୀମାନେ ଗଞ୍ଜେଇ କଟା ଅଭିଯାନରେ ସାମିଲ ହୋଇଥିଲେ ।