ଓଡିଶା

odisha

ETV Bharat / state

ଅଚଳ ଶୀତଳ ଭଣ୍ଡାର, ଅନ୍ନଦାତା ପେଟରେ ଓଦାକନା - farmers facing sleepless night

କୋଲ ଷ୍ଟୋରେଜ ଲୋକାର୍ପଣକୁ ୭ ବର୍ଷ ବିତିଥିଲେ ମଧ୍ୟ ପରିଚାଳନାଗତ ତୃଟି ଯୋଗୁଁ ଚାଷୀଙ୍କ କାମରେ ଲାଗିପାରୁନି ସମ୍ପୃକ୍ତ ପ୍ଲାଣ୍ଟ । ଅଧିକ ପଢନ୍ତୁ....

ଅଚଳ ଶିତଳ ଭଣ୍ଡାର, ଅନ୍ନଦାତା ପେଟରେ ଓଦାକନା
ଅଚଳ ଶୀତଳ ଭଣ୍ଡାର, ଅନ୍ନଦାତା ପେଟରେ ଓଦାକନା

By

Published : Feb 23, 2020, 3:47 AM IST

ରାୟଗଡା: କୋଲ ଷ୍ଟୋରେଜ ଲୋକାର୍ପଣକୁ 7 ବର୍ଷ ବିତିଲା ହେଲେ ପରିଚାଳନାଗତ ତୃଟି ଯୋଗୁଁ ଚାଷୀଙ୍କ କାମରେ ଲାଗିପାରୁନି ପ୍ଲାଣ୍ଟ ।

4 ଫେବୃଆରି 2013ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପରିବା ଚାଷୀଙ୍କ ପାଇଁ ରାୟଗଡ଼ାରେ ୩ କୋଟି ଟଙ୍କା ବ୍ୟୟରେ ଏକ ଶୀତଳ ଭଣ୍ଡାରକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଲୋକାର୍ପଣ ଦିନଠାରୁ ପରିଚାଳନାଗତ ତୃଟି ଯୋଗୁଁ ଚାଷୀଙ୍କ କାମରେ ଲାଗିପାରୁନି ଏତେ ବଡ଼ ଶୀତଳ ଭଣ୍ଡାର । ଫଳରେ ଦିନଟିଏ ମଧ୍ୟ ଖୋଲିନଥିବା ଶୀତଳ ଭଣ୍ଡାର ଏବେ ଜରାଜୀର୍ଣ୍ଣ ହେବାରେ ଲାଗିଛି।

ଅଚଳ ଶୀତଳ ଭଣ୍ଡାର, ଅନ୍ନଦାତା ପେଟରେ ଓଦାକନା

ଏପଟେ ଦିନକୁ ଦିନ ଆଳୁ ପିଅଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଶାଗ ମାଛ ଦରରେ ପରିବା ବିକ୍ରି ହେଉଛି । ଅବିଭକ୍ତ କୋରାପୁଟର କୁନ୍ଦୁଲି ପରିବା ହାଟ ରାଜ୍ୟରେ ପ୍ରଥମ । ଏଠାରୁ ସାରା ରାଜ୍ୟକୁ ପ୍ରତିଦିନ ଶହ ଶହ ଟନ ପରିବା ରପ୍ତାନି ହୁଏ । ସେହିଭଳି ରାୟଗଡ଼ା, କଲୋନରା, ରାମନାଗୁଡ଼ା, ବିଷମକଟକ, ପଦ୍ମପୁର, ମୁନିଗୁଡ଼ା ଏବଂ ଗୁଣପୁର ଅଞ୍ଚଳରୁ ମଧ୍ୟ ପରିବା ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଛି । କେବଳ ସେତିକି ନୁହେଁ ନିୟମଗିରିର ସପୁରୀ, ପଣସ ଏବଂ କମଳା ରାଜ୍ୟ ବାହାରକୁ ଟ୍ରକ ଟ୍ରକ ସଂଖ୍ୟାରେ ପଠା ଯାଉଥିବା ବେଳେ ଏଠିକା ଉତ୍ପାଦିତ ପରିବାରର ଲାଭ ପାଉନାହାନ୍ତି ସ୍ଥାନୀୟ ଚାଷୀ । ‘ପେଟ ପୁରିଲେ ଭୋକ ମେଣ୍ଟେ’ ନ୍ୟାୟରେ କେବଳ ପରିବାର ପ୍ରତିପୋଷଣ ପାଇଁ ଚାଷ କରୁଥିବା କହିଛନ୍ତି ସ୍ଥାନୀୟ ଚାଷୀ ।

ସରକାର କୃଷି ଏବଂ ଉଦ୍ୟାନ କୃଷି ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ତାର ସୁଫଳ ପାଇପାରୁନାହିଁ ପ୍ରକୃତ ଚାଷୀ । କେବଳ ସେତିକି ନୁହେଁ ପରିବା ଚାଷୀ ନିଜ ଉତ୍ପାଦିତ ପରିବାକୁ ସାଇତି ରଖିବା ସହ ଉଚିତ ବଜାର ଦର ପାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ଯୋଜନା ରହିଥିବା ବେଳେ ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାରରେ ପରିଚାଳନାଗତ ତୃଟି ଯୋଗୁଁ ଯନ୍ତ୍ରାଂଶଗୁଡ଼ିକ ମାଟିରେ ମିଶିବାକୁ ବସିଲାଣି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details