ଓଡିଶା

odisha

ETV Bharat / state

ବର୍ଷାଭାବରୁ ବେହାଲ ରାୟଗଡା, ବେଉଷଣ ଚିନ୍ତାରେ ଚାଷୀ

କଥାରେ ଅଛି ବର୍ଷାରେ ଆଷାଢ-ଶ୍ରାବଣ, ମେଘ ବରଷଇ ଘନ ଘନ । କିନ୍ତୁ ରାୟଗଡ଼ା ଜିଲ୍ଲାରେ ଏହି ଦୁଇ ମାସରେ ବର୍ଷାର ଦେଖା ନହିଁ । ଶ୍ରାବଣରେ ଗ୍ରୀଷ୍ମର କଷଣ ଯୋଗୁ ଶହ ଶହ ଏକର ଜମି ପଡ଼ିଆ ପଡ଼ିଛି। ଅଧିକ ଖବର ପଢନ୍ତୁ...

By

Published : Aug 6, 2020, 3:49 PM IST

ବର୍ଷାଭାବରୁ ବେହାଲ ରାୟଗଡା, ବେଉଷଣ ଚିନ୍ତାରେ ହତାଶ ଚାଷୀ
ବର୍ଷାଭାବରୁ ବେହାଲ ରାୟଗଡା, ବେଉଷଣ ଚିନ୍ତାରେ ହତାଶ ଚାଷୀ

ରାୟଗଡା: କଥାରେ ଅଛି ବର୍ଷାରେ ଆଷାଢ-ଶ୍ରାବଣ, ମେଘ ବରଷଇ ଘନ ଘନ । କିନ୍ତୁ ରାୟଗଡ଼ା ଜିଲ୍ଲାରେ ଏହି ଦୁଇ ମାସରେ ବର୍ଷାର ଦେଖା ନହିଁ । ଶ୍ରାବଣରେ ଗ୍ରୀଷ୍ମର କଷଣ ଯୋଗୁ ଶହ ଶହ ଏକର ଜମି ପଡ଼ିଆ ପଡ଼ିଛି। ଉପର ମୁଣ୍ଡ ସମେତ ଖାଲୁଆ ଅଞ୍ଚଳରେ ପାଣି ନଥିବାରୁ ରୁଆ, ବେଉଷଣ ହୋଇପାରିନି। ଯାହାକୁ ନେଇ ଚାଷୀକୂଳ ସମେତ କୃଷି ବିଭାଗ ଚିନ୍ତାରେ ।

ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆଶାତୀତ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଚଳିତ ବର୍ଷ ଜୁନ୍ ଦ୍ବିତୀୟ ସପ୍ତାହରେ ରାୟଗଡ଼ାକୁ ମୌସୁମୀ ଛୁଇଁଥିଲା। ତୃତୀୟ ସପ୍ତାହରେ ବର୍ଷା ବଢ଼ିବା ପରେ ଆରମ୍ଭ ହୋଇଥିଲା ଚାଷ କାମ। ସ୍ବାଭାବିକ ମୌସୁମୀ ଯୋଗୁଁ ଜୁନ୍ ଶେଷ ସୁଦ୍ଧା ଜିଲ୍ଲାରେ ୨୨୪୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୨୦୧୯ ଜୁନରେ ଜିଲ୍ଲାରେ ମାତ୍ର ୭୯୮ ମିମି ବର୍ଷା ହୋଇଥିଲା। ସେହିପରି ୨୦୧୯ ଜୁଲାଇରେ ଜିଲ୍ଲାରେ ୩୩୫୩.୩ ମିମି ବର୍ଷା ହୋଇଥିଲା। ହାରାହାରି ବର୍ଷା ପରିମାଣ ଥିଲା ୩୦୪.୩ ମିମି।

ପାଣିପାଗ ବିଭାଗ ସୂଚନାନୁଯାୟୀ ଚଳିତ ବର୍ଷ ଜୁଲାଇରେ ରାୟଗଡ଼ା ବ୍ଲକରେ ୨୦୫.୮୦ ମିମି, କୋଲନରାରେ ୨୫୩.୮୦ ମିମି, କଲ୍ୟାଣସିଂହପୁରରେ ୨୪୯ ମିମି, କାଶୀପୁରରେ ୨୩୧.୬୦ ମିମି, ଗୁଣପୁରରେ ୩୨୪ ମିମି, ପଦ୍ମପୁରରେ ୨୭୬.୯୦, ଗୁଡାରିରେ ୨୧୩ ମିମି, ରାମନାଗୁଡ଼ାରେ ୨୪୫.୫୦ ମିମି, ବିଷମକଟକରେ ୩୧୧.୮୦ ମିମି, ମୁନିଗୁଡ଼ାରେ ୩୮୦.୪୦ମିମି, ଚନ୍ଦ୍ରପୁରରେ ୧୭୮.୩୦ ମିମି ବର୍ଷା ହୋଇଛି । ଜୁଲାଇ ୩୧ ସୁଦ୍ଧା ୨୮୭୦.୧ ମିମି ଏବଂ ହାରାହାରି ୨୬୦.୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ବହୁତ କମ୍ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜୁଲାଇରେ ୪୮୩ ମିମି କମ୍ ବର୍ଷା ହୋଇଛି। କେବଳ କୋଲନରା, ଗୁଣପୁର, ରାମନାଗୁଡ଼ା, ବିଷମକଟକରେ ପୂର୍ବ ବର୍ଷ ଅପେକ୍ଷା ଅଧିକା ବର୍ଷା ହୋଇଛି।

ସ୍ବାଭାବିକ ମୌସୁମୀକୁ ଦୃଷ୍ଟିରେ ରଖି କୃଷି ବିଭାଗ ଖରିଫରେ ୫୨୮୭୯ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଜମିରେ ପାଣି ଅଭାବରୁ ଜୁଲାଇ 31 ତାରିଖ ସୁଦ୍ଧା ମାତ୍ର ୧୯୧୩୨ ହେକ୍ଟର ଜମିରେ ରୁଆ ଶେଷ ହୋଇଛି। ରାୟଗଡ଼ା କୃଷି ଜିଲ୍ଲାର ୧୬୪୦୯ ହେକ୍ଟରରୁ ୫୭୬୬ ହେକ୍ଟରରେ ଧାନ ଚାଷ ସରିଛି। ସେହିପରି ଗୁଣପୁର କୃଷି ଜିଲ୍ଲାର ୨୧୨୯୦ ହେକ୍ଟରରୁ ୫୨୯୦ ହେକ୍ଟର ଏବଂ ମୁନିଗୁଡ଼ା କୃଷି ଜିଲ୍ଲାର ୧୫୧୮୦ ହେକ୍ଟରରୁ ୮୦୭୬ ହେକ୍ଟରରେ ଚାଷ ସରିଛି। ଏପରି ଭାବେ ତିନି କୃଷି ଜିଲ୍ଲାର ୩୩୭୪୭ ହେକ୍ଟର ଜମିରେ ରୁଆ, ବେଉଷଣ ବାକି ଅଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details