ରାୟଗଡା: କୋରୋନାକୁ ନେଇ ରାୟଗଡା ଜିଲ୍ଲାରେ ଆଶ୍ୱସ୍ତି ହୋଇଛନ୍ତି ସାଧାରଣ ଜନତା । ଗତ ଶୁକ୍ରବାର ଦିନ ଭୁବନେଶ୍ୱର ଆର୍ଏମ୍ଆର୍ସି ଯାଇଥିବା ୭ଟି ସ୍ୱାବ୍ ଟେଷ୍ଟ ନମୂନାର ରିପୋର୍ଟ ସିଡିଏମ୍ଓ ଦପ୍ତରକୁ ମିଳିଛି । ଇଟିଭି ଭାରତକୁୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି ସିଡିଏମ୍ଓ ଡ. ଆର୍ତବନ୍ଧୁ ନାୟକ ।
ସୂଚନା ଦେଇ କହିଛନ୍ତି ଯେ, ବିଗତ ୪ ଦିନ ମଧ୍ୟରେ ଯାଇଥିବା ୧୭ଟି ସ୍ୱାବ୍ ନମୁନା ମଧ୍ୟରୁ ୭ଟି ନେଗେଟିଭ୍ ଆସିଥିବା ବେଳେ ବଳକା ୧୦ଟିର ରିପୋର୍ଟ ବର୍ତମାନ୍ ସୁଦ୍ଧା ହସ୍ତଗତ ହୋଇନାହଁ ।