ଓଡିଶା

odisha

ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଶେଷ: ମାଓବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ - ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଶେଷ

ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏ କ୍ରମରେ ରାୟଗଡା ଜିଲ୍ଲାର ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଆସନ୍ତାକାଲି(ମଙ୍ଗଳବାର) ଠାରୁ ସମସ୍ତ ଅଞ୍ଚଳରେ ଡ୍ରୋନ ଜରିଆରେ ନଜର ରଖାଯିବା ସହିତ ସ୍ବତନ୍ତ୍ର ଟିମ ଏହାର ପରିଚାଳନା କରିବେ। ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଶେଷ : ମାଓବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଶେଷ : ମାଓବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ

By

Published : Feb 14, 2022, 8:39 PM IST

ରାୟଗଡା :ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏ କ୍ରମରେ ରାୟଗଡା ଜିଲ୍ଲାର ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଚନ୍ଦ୍ରପୁର, ମୁନିଗୁଡା ଓ ବିଷମକଟକ ବ୍ଲକର ୭ଟି ଜିଲ୍ଲା ପରିଷଦ ଆସନ ସମେତ ୨୫ଟି ପଞ୍ଚାୟତରେ ଏହି ନିର୍ବାଚନ କରାଯିବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଶେଷ : ମାଓବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ

ଏଥିପାଇଁ ସମସ୍ତ ପ୍ରସ୍ତୁତି ପୋଲିସ ଓ ପ୍ରଶାସନିକ ସ୍ତରରେ ଶେଷ ହୋଇଛି। ସେଠାରେ ମାଓବାଦୀଙ୍କ ପ୍ରଭାବ ଥିବାରୁ ନିର୍ବାଚନକୁ ଶାନ୍ତିଶଙ୍ଖୁଳାରେ କରିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମସ୍ତ ଅତି ସମ୍ବେଦନଶୀଳ ବୁଥରେ ସିଆରପିଏଫ, ଡିଭିଏଫ ଯବାନ ମୁତୟନ ରହିବେ। ସେହିଭଳି ମାଓବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଏସଓଜି, ବିଏସଏଫ ଯବାନ କମ୍ବିଂ ଅପରେସନ ଜାରି ରହିଛି।

ଏହାବି ପଢନ୍ତୁ :Panchayat Poll Preparation: ଭୋଟ ବେଳେ ବଲାଙ୍ଗୀରର ମାଓ ଇଲାକା ଜଗିବ Drone

ତେବେ ଆସନ୍ତାକାଲି(ମଙ୍ଗଳବାର) ଠାରୁ ସମସ୍ତ ଅଞ୍ଚଳରେ ଡ୍ରୋନ ଜରିଆରେ ନଜର ରଖାଯିବା ସହିତ ସ୍ବତନ୍ତ୍ର ଟିମ ଏହାର ପରିଚାଳନା କରିବେ। ସେହିଭଳି ହେଲିକ୍ୟାପ୍ଟର ଜରିଆରେ ଏରିଅଲ ଅନୁଧ୍ୟାନ ମଧ୍ୟ ଜାରି ରହିବ। ବ୍ୟାପକ ପରିମାଣରେ ଫୋର୍ସ ସେହି ଅଞ୍ଚଳକୁ ଯାଇଛନ୍ତି। ମାଓବାଦୀଙ୍କୁ ଦମନ ପାଇଁ ପ୍ରତି ଥାନାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀ ମାନେ ତିନୋଟି ବ୍ଲକରେ ପହଞ୍ଚିଛନ୍ତି। ତିନୋଟି ବ୍ଲକରେ ୫୫୪ ଟି ବୁଥ ମଧ୍ୟରୁ ୪୬ଟି ଅତି ସମ୍ବେଦନଶୀଳ ଓ ୮୭ଟି ସମ୍ବେଦନଶୀଳ ବୁଥ ରହିଛି। ଭୋଟର ଓ ନିର୍ବାଚନ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details