ରାୟଗଡା: ଖୁବଶିଘ୍ର ନବକଲେବର ହେବ ରାୟଗଡା ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ମିଳିବ ବିଶ୍ବସ୍ତରୀୟ ସୁବିଧା ସୁଯୋଗ, ଯାହାକୁ ନେଇ ଏବେ କର୍ତ୍ତୃପକ୍ଷ କରୁଛନ୍ତି ଜୋରଦାର ପ୍ରୟାସ । ଆନ୍ଧ୍ର ପ୍ରଦେଶ ବିଭାଜନ 2014 ଆଇନ ଅନୁସାରେ ରେଳ ମନ୍ତ୍ରଣାଳୟ ଏକ ନୂତନ ଯାହା ସାଉଥକୋ ଭାବେ ପ୍ରତିଷ୍ଠା ହେବା ପରେ ରାୟଗଡା ଷ୍ଟେସନର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି ।
କାରଣ କିଛି ଅଞ୍ଚଳ ଭାଗ ଭାଗ ହେବାପରେ ସାଉଥକୋ ର ମୁଖ୍ୟାଳୟ ବିଜୟୱାଡା ଠାରେ ସ୍ଥାପିତ ହୋଇଛି । ଫଳରେ ଅନ୍ୟକିଛି ଅଞ୍ଚଳକୁ ମିଶାଇ ରାୟଗଡାରେ ଏକ ନୂତନ ଡିଭିଜନ କରାଯାଇଛି। ଯାହା ଫଳରେ ଦକ୍ଷିଣ ଓଡିଶାର ଏହି ଷ୍ଟେସନରେ ଆସିଛି ଅନେକ ପରିବର୍ତ୍ତନ ଘଟିବ । ବିଶ୍ବସ୍ତରୀୟ ରେଳ ଷ୍ଟେସନ କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରେଳବିଭାଗ ।