ରାୟଗଡା: ଏକ ଘରୋଇ ଅନୁଷ୍ଠାନରେ ଶିକ୍ଷାଲାଭ କରୁଥିବା ପ୍ରବାସୀ ଛାତ୍ରଛାତ୍ରୀ ମାନଙ୍କୁ ରାୟଗଡା ପୋଲିସ ଶୁକ୍ରବାର ରାସନ ସାମଗ୍ରୀ ବଣ୍ଟନ କରିଛି । ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କେରଳ ପ୍ରଭୃତି ରାଜ୍ୟରୁ ଆସି ରାୟଗଡାରେ ଗ୍ଲେଜ ଇଣ୍ଡିଆ ନାମକ ଏକ ସଂସ୍ଥାରେ ତାଲିମ ନେଉଥିବା ଶହଶହ ଛାତ୍ରଛାତ୍ରୀ ଲକଡାଉନ ପରେ ନିଜ ଘରକୁ ଫେରିପାରି ନାହାନ୍ତି ।
ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ରାସନ ସାମଗ୍ରୀ ଦେଲା ରାୟଗଡା ପୋଲିସ - ration distributie
ବିଭିନ୍ନ ରାଜ୍ୟରୁ ଆସି ରାୟଗଡାରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ରାୟଗଡା ପୋଲିସ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...
ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ରାସନ ସାମଗ୍ରୀ ଦେଲା ରାୟଗଡା ପୋଲିସ
ଦୀର୍ଘ ଦିନ ଏଠାରେ ରହି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କିଛି ଛାତ୍ର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ଯୋଗେ ଜଣାଇଥିଲେ । ଏହାପରେ ଏସପିଙ୍କ ନିର୍ଦ୍ଦେଶରେ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ପୋଲିସ ପକ୍ଷରୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହାସହ ସେମାନେ ରହିଥିବା ଦୁଇ ମାସର ଘରଭଡା ଛାଡ କରିବା ପାଇଁ ଘରମାଲିକକୁ କୁହାଯିବ ବୋଲି ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ