ରାୟଗଡ଼ା: ଟ୍ରେନରୁ ଛାତ୍ରକୁ ଅପହରଣ କରି ମୁଣ୍ଡ ଜାମିନ ରଖି 10 ଲକ୍ଷ ଟଙ୍କା ଦାବି କରିବା ଘଟଣାରେ 3 ନାବାଳକ ସମେତ 6 ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ । ବନ୍ଧୁକ ସହ ମାରଣାସ୍ତ୍ର ଓ ବ୍ୟବହୃତ ବୋଲେରୋ ଜବତ ।
ଗତ 19 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ 19 ବର୍ଷର ପୁଅ ବିଭୁତି ପୂଜାରୀ ପୁଣେରୁ ଆସି ବିଶାଖାପାଟଣାରୁ ଏଲଇପି- ଧାନବାଦ ଟ୍ରେନରେ ଟିଟିଲାଗଡ ଯାଉଥିଲେ । ଯିବା ବାଟରେ ରାୟଗଡା ନିକଟବର୍ତ୍ତୀ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ । ବିଭୁତିଙ୍କୁ ରାୟଗଡ଼ା ନିକଟରେ ଥିବା ବାରିଝୋଲା ଜଙ୍ଗଲ ଭିତରେ ରଖି ତାଙ୍କ ବାପାଙ୍କୁ ଟେଲିଫୋନ ଯୋଗେ 10 ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପୁଅକୁ ହତ୍ୟା କରି ତାର ମୃତଦେହକୁ ପାର୍ସଲ କରି ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ ।