ରାୟଗଡା: ଆଗାମୀ ନଭେମ୍ବର 25 ତାରିଖରେ ଆଦିତ୍ୟ ବିର୍ଲା କମ୍ପାନୀର ଜନ ଶୁଣାଣି ହେବାକୁ ଯାଉଛି । ତେବେ ଏହି ଜନ ଶୁଣାଣିକୁ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ପଞ୍ଚାୟତ ବାସିନ୍ଦା ରବିବାର ବସିଥିବା ସର୍ବଦଳୀୟ ବୈଠକରେ ବିରୋଧ କରିଛନ୍ତି ।
ରବିବାର ପୋଡାପାଡି ସରପଞ୍ଚ ଶ୍ରୀମତୀ ଅଲାଇ ମାଝୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ତେବେ ଏହି ବୈଠକରେ ଜନ ଶୁଣାଣିକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ନଭେମ୍ବର 25 ତାରିଖରେ ଥିବା ଜନ ଶୁଣାଣିକୁ ବିରୋଧ କରି ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରଥମେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରତିଷ୍ଠା କରିବା ପରେ ପୁରୁଣା କାରଖାନାର ନୂତନ କଳେବର ପାଇଁ ଜନ ଶୁଣାଣି କରାଯାଉ, ଏହାସହିତ କୋଡ଼ିଙ୍ଗାମାଳି ଖଣି ଖନନ ବନ୍ଦ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।