ଓଡିଶା

odisha

ETV Bharat / state

ରାୟଗଡା ପୌର ପରିଷଦକୁ ସାଂସଦ ପାଣ୍ଠିରୁ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ - ସାଂସଦ ପାଣ୍ଠିରୁ ରାୟଗଡା ପୌର ପରିଷଦକୁ ମିଳିଛି ଆମ୍ବୁଲାନ୍ସ

ପୌର ପରିଷଦ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ । ସାଂସଦ ପାଣ୍ଠିରୁ ରାୟଗଡା ପୌର ପରିଷଦକୁ ମିଳିଛି ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ । ଜରୁରୀକାଳୀନ ସମୟରେ ସହରାଞ୍ଚଳ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସାଂସଦ ପାଣ୍ଠିରୁ ଏହି ଦୁଇଟି ଗାଡିର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ରାୟଗଡା ପୌର ପରିଷଦକୁ ସାଂସଦ ପାଣ୍ଠିରୁ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ
ରାୟଗଡା ପୌର ପରିଷଦକୁ ସାଂସଦ ପାଣ୍ଠିରୁ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ

By

Published : Apr 13, 2022, 10:56 PM IST

ରାୟଗଡା: ପୌର ପରିଷଦ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ । ସାଂସଦ ପାଣ୍ଠିରୁ ରାୟଗଡା ପୌର ପରିଷଦକୁ ମିଳିଛି ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ । ଜରୁରୀକାଳୀନ ସମୟରେ ସହରାଞ୍ଚଳ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସାଂସଦ ପାଣ୍ଠିରୁ ଏହି ଦୁଇଟି ଗାଡିର ବ୍ୟବସ୍ଥା କରାଯାଇଛି ।

ରାୟଗଡା ପୌର ପରିଷଦକୁ ସାଂସଦ ପାଣ୍ଠିରୁ ମିଳିଲା ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ

ସେହିପରି ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ ପାଇବାରେ ସହରବାସୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ପୌର ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହି ସେବାର ଲାଭ ଉଠାଇବାକୁ କହିଛନ୍ତି ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ । ଏଥିସହ ସହରଠାରୁ ବହୁ ଦୂରରେ ଶ୍ମଶାନ ଥିବାରୁ ମୃତଦେହକୁ ନେବାରେ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସହରାଞ୍ଚଳ ପାଇଁ ସ୍ଵର୍ଗ ରଥର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବେସରକାରୀ ସଂସ୍ଥା ପକ୍ଷରୁ ସ୍ଵର୍ଗରଥର ବ୍ୟବସ୍ଥା ଥିବା ବେଳେ ଏବେ ପୌରପାଳିକାରେ ସ୍ଵର୍ଗରଥ ଉପଲବ୍ଧ ହେବ ।

ଫଳରେ ସହରବାସୀ ଉପକୃତ ହୋଇପାରିବେ ବୋଲି ଆମ୍ବୁଲାନ୍ସ ଓ ସ୍ଵର୍ଗ ରଥ ଶୁଭାରମ୍ଭ ସମୟରେ ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ, ନବ ନିର୍ବାଚିତ ପୌରାଧକ୍ଷ ମହେଶ ପଟ୍ଟନାୟକ ଏବଂ ଉପାଧକ୍ଷା ଶୁଭ୍ରା ପଣ୍ଡା କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details