ଓଡିଶା

odisha

ମୋ ନାଁରେ ମିଛି ଆଭିଯୋଗ, ଏସବୁ ବିରୋଧୀଙ୍କ କୁଚକ୍ରାନ୍ତ: ଭାସ୍କର ରାଓ

By

Published : Apr 27, 2023, 10:26 PM IST

ନକ୍ସଲ ନାଁରେ ଟ୍ରକ ୟୁନିୟନରୁ କୋଟି କୋଟି ଟଙ୍କାର ଚାନ୍ଦା ଆଦାୟ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ଦେଲେ ପୂର୍ବତନ ସାଂସଦ । କହିଲେ ରାଜନୈତିକ ଫାଇଦା ପାଇଁ ବିରୋଧୀଙ୍କ ଏସବୁ ଚକ୍ରାନ୍ତ । ଅଧିକ ପଢ଼ନ୍ତୁ

ସ୍ପଷ୍ଟୀକରଣ ଦେଲେ ପୂର୍ବତନ ସାଂସଦ
ସ୍ପଷ୍ଟୀକରଣ ଦେଲେ ପୂର୍ବତନ ସାଂସଦ

କୋଟି କୋଟି ଟଙ୍କାର ଚାନ୍ଦା ଆଦାୟକୁ ନେଇ ସ୍ପଷ୍ଟୀକରଣ ଦେଲେ ପୂର୍ବତନ ସାଂସଦ

ରାୟଗଡା: ନକ୍ସଲ ନାଁରେ ଟ୍ରକ ୟୁନିୟନରୁ କୋଟିକୋଟି ଟଙ୍କାର ଚାନ୍ଦା ଆଦାୟ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ଦେଲେ ଭାସ୍କର ରାଓ । କହିଲେ ରାଜନୈତିକ ଫାଇଦା ପାଇଁ ବିରୋଧୀଙ୍କ ଏସବୁ ଚକ୍ରାନ୍ତ । ପୂର୍ବତନ ସାଂସଦ ଭାସ୍କର ରାଓ ଏଭଳି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଭାସ୍କର ରାଓ କହିଛନ୍ତି, "ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ମନଗଢା ଓ ଭିତ୍ତିହୀନ । କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ରାୟଗଡା ଏକ ନକ୍ସଲ ପ୍ରବଣ ଜିଲ୍ଲା । ନକ୍ସଲ ନାମରେ ଟ୍ରକ୍ ମାଲିକଙ୍କଠାରୁ ଚାନ୍ଦା ଆଦାୟ କରାଯିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା । ରାଜନୀତିରେ ସ୍ଥାନ ପାଇବା ପାଇଁ ବିରୋଧୀଙ୍କ ଏହା ଏକ ଚକ୍ରାନ୍ତ । ଯଦି ନକ୍ସଲ ନାମରେ ଚାନ୍ଦା ଆଦାୟ ହେଉଥିଲା ତେବେ ଏତେ ଦିନ ଯାଏ କିଏ କିପରି ଜାଣିପାରିଲେ ନାହିଁ ବୋଲି ବିରୋଧୀ । ଆଜି ପର୍ଯ୍ୟନ୍ତ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ରାଜ୍ୟ ସରକାରଙ୍କ ଇଣ୍ଟେଲିଜେନ୍ସ ବିଭାଗ କଣ କରୁଥିଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥା ରିପୋର୍ଟରେ କେବେ ବି ଟ୍ରକ୍ ମାଲିକ ସଂଘ କିମ୍ବା ମୋ ଦ୍ୱାରା ନକ୍ସଲଙ୍କୁ ପାଣ୍ଠି ଯୋଗାଣ ନେଇ ରିପୋର୍ଟ ହୋଇନାହିଁ ।"

ଏହାସହ ସେ ଆହୁରି କହିଛନ୍ତି, "ଆଗାମୀ ନିର୍ବାଚନରେ ରାଜନୈତିକ ଫାଇଦା ପାଇବା ପାଇଁ କିଛି ବିରୋଧୀ ଗୋଷ୍ଠୀ ମୋ ବିରୋଧରେ ଏଭଳି ଚକ୍ରାନ୍ତ ଚଳାଇଛନ୍ତି । ପୌର ନିର୍ବାଚନରେ ଟିକେଟ ପାଇବାରୁ ବଞ୍ଚିତ କିଛି ବ୍ୟକ୍ତିଙ୍କ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏଭଳି ଷଡଯନ୍ତ୍ର କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏଭଳି ଯୋଜାନ କରୁଛନ୍ତି ବିରୋଧୀ ।"

ସେମାନେ କେବେ ହେଲେ ଏଥିରେ ସଫଳ ହେବେନି ବୋଲି ବିରୋଧୀଙ୍କୁ କଡା ଚେତାବନୀ ଶୁଣାଇଛନ୍ତି ଭାସ୍କର ରାଓ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଯେ ଯେକୌଣସି ତଦନ୍ତର ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଭାସ୍କର ରାଓ । ତାଙ୍କର ଲିଗାଲ୍‌ ଟିମ୍‌ ଏହାର ଅନୁଧ୍ୟାନ କରୁଛନ୍ତି । ଟିମ୍‌ରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ପରବର୍ତ୍ତୀ ପଦକ୍ଷେପ ଆରମ୍ଭ ହେବ ବୋଲି କହିଛନ୍ତି ଭାସ୍କର ।

ଏଠାରେ ସୂଚନା ଯୋଗ୍ୟ କି ରାୟଗଡା ଟ୍ରକ୍‌ ୟୁନିୟନ ଆଳରେ ଟଙ୍କା ଟ୍ରକ ମାଲିକଙ୍କଠାରୁ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ ବେଆଇନ ଭାବେ ଚାନ୍ଦା ଆଦାୟ ମାମଲା ରୁଜୁ ହୋଇଥିଲା । ଗତ ୧୮ ତାରିଖ ଦିନ ଟ୍ରକ ମାଲିକ ସଂଘ ପକ୍ଷରୁ ରାୟଗଡା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details