ରାୟଗଡା: ଆଉ ଦିନଟେ ପରେ ଦିପାବଳୀ । ମା କାଳୀଙ୍କ ଆର୍ବିଭାବ ହେବ ଧରାପୃଷ୍ଟରେ । ସେଥିପାଇଁ ସବୁଆଡ଼େ ଚାଲିଛି ପ୍ରସ୍ତୁତି, ଆଉ ଏଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା । ଯଦିଓ ଜିଲ୍ଲାର କାଁଭାଁ କେଉଁଠି କାଳୀପୁଜା ହୁଏ ତେବେ ରାୟଗଡ଼ା ଫେଣ୍ଡସ ଆସୋସିଏସନ ଦ୍ବାରା ଚାଲିଥିବା ପୂଜା ବହୁ ପୁରାତନ । ଦୀର୍ଘ 37 ବର୍ଷ ଧରି ଏଠାରେ ମା କାଳୀଙ୍କ ମୃଣ୍ମୟୀ ମୁର୍ତ୍ତି ପୂଜାପାଇ ଆସୁଛନ୍ତି ।
ମା’ କାଳୀଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉଛି ରାୟଗଡ଼ା - କାଳୀ ପୂଜା
କାଳୀ ପୂଜା ପାଇଁ ପ୍ରସ୍ତୁତ ହେଉଛି ରାୟଗଡ଼ା । ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି କାରିଗର । ଅଧିକ ପଢ଼ନ୍ତୁ...
ହାତରେ ମାତ୍ର ଗୋଟିଏ ଦିନ ଥିବା ବେଳେ ଯୋର ଶୋରରେ ଚାଲିଛି ପ୍ରସ୍ତୁତି ପର୍ବ । ହେଲେ ବାଧକ ସାଜିଛି ଲଘୁଚାପ ବର୍ଷା । ରାଜ୍ୟର ଅନ୍ୟ ପୂଜା ଠାରୁ ଏଠିକା କାଳୀ ପୂଜାକୁ ଭିନ୍ନ ବୋଲି ଦାବି କରନ୍ତି ଏଠିକା ଉଦ୍ୟକ୍ତା । ସବୁ ଆଡ଼େ ଦିନେ ଦୁଇଦିନ ପୂଜାପରେ ବିସର୍ଜନ ହୋଇଥାଏ ମା’ଙ୍କ ମୃଣ୍ମୟୀ ମୁର୍ତ୍ତି । ଏଠି କିନ୍ତୁ ୧୧ ଦିନ ଧରି ପୂଜା ପାଇଥା’ନ୍ତି ମା । ଦିପାବଳୀ ମଧ୍ୟ ରାତ୍ରୀରେ ମା କାଳୀଙ୍କୁ ଅବାହନ କରାଯାଇ ପ୍ରତ୍ୟେକ ଦିନ ଦଶମହାବିଦ୍ୟାର ଗୋଟିଏ ଗୋଟିଏ ରୁପକୁ ପୂଜା କରାଯାଇଥାଏ । ଶେଷଦିନ କୁମାରୀ ଝିଅଙ୍କୁ ନେଇ ବାଲ୍ୟ କୁମାରୀ ପୂଜା କରାଯାଇଥାଏ । ଏହାକୁ ଦେଖିବାକୁ ଜିଲ୍ଲା ତଥା ପଡ଼ୋଶୀ ଆନ୍ଧ୍ରରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ