ରାୟଗଡ଼ା: ରାୟଗଡ଼ା ମାଟିର ସନ୍ତାନ ଏ. ନେହା ପଟ୍ଟନାୟକ ଏବେ ପାଲଟିଛନ୍ତି ପ୍ରଶଂସାରେ ପ୍ରିୟ ପାତ୍ର । ରାୟଗଡ ସଦର ମହକୁମାର ହାଉସିଙ୍ଗ ବୋର୍ଡ କଲୋନୀର ବାସିନ୍ଦା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ନେହା, ଆଗ୍ରାର ଏୟାରଫୋର୍ସ ଷ୍ଟେସନରେ ଗତ ଦୁଇ ଓ ତିନି ତାରିଖରେ ଆୟୋଜିତ ତୃତୀୟ ଜାତୀୟ କ୍ରସବୋ ସୁଟିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ହାସଲ କରି ରାୟଗଡା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ବର୍ତ୍ତମାନ ନେହା ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ୟୁନିଭରସିଟିରେ ବିଏସସି, ଏଗ୍ରିକଲଚରରେ ଅଧ୍ୟୟନ କରୁଛନ୍ତି ।