ରାୟଗଡ଼ା : ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ରାୟଗଡ଼ା ଅବକାରୀ ବିଭାଗ ବିଶ୍ଵନାଥ ସିଂହକୁ ଗିରଫ କରିଛି । ରାୟଗଡ଼ା ସହର ଉପକଣ୍ଠରେ ବିଦେଶୀ ମଦ କାରବାର ନେଇ ବିଶେଷସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ସେଠାରେ ଚଢ଼ାଉ କରୁଥିବାବେଳେ ବିଶ୍ଵନାଥ ନିକଟରୁ 120 ଲିଟର ନକଲି ବିଦେଶୀ ମଦ ସହ 150 ଲିଟର ସ୍ପିରିଟ ଜବତ କରିଛି ଅବକାରୀ ବିଭାଗ ।
ରାୟଗଡ଼ାରେ ନକଲି ମଦ ଜବତ, ଜଣେ ଗିରଫ - ରାୟଗଡ଼ାରୁ ନକଲି ମଦ ଜବତ
ରାୟଗଡ଼ା ସହର ଉପକଣ୍ଠରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଛି । ଏହା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ
ରାୟଗଡ଼ାରେ ନକଲି ମଦ ଜବତ, ଜଣେ ଗିରଫ
କେବଳ ସେତିକି ନୁହେଁ, ତାଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ଖାଲି ବୋତଲ ସହ ନକଲି ମଦ ତିଆରି ପାଇଁ ପ୍ରସ୍ତୁତ ମେସିନ, ବିଭିନ୍ନ ବ୍ରାଣ୍ଡର ଠିପିକୁ ଜବତ କରିଛି ଅବକାରୀ ବିଭାଗ । ବିଶ୍ଵନାଥ ଅନେକ ଦିନ ଧରି ରାୟଗଡ଼ା ଆନ୍ଧ୍ର ସୀମାନ୍ତ କେରେଡ଼ା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଚଳେଇ ଆସୁଥିଲା । ଏସମ୍ପର୍କରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ଚଢ଼ଉ କରିଥିଲା ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Apr 12, 2022, 5:30 PM IST