ଓଡିଶା

odisha

ETV Bharat / state

ଅଗ୍ନିପଥକୁ ବିରାେଧ କରି ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ - ଅଗ୍ନିପଥକୁ ବିରାେଧ

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ରାୟଗଡା ଜିଲ୍ଲା କଂଗ୍ରେସ କମିଟି । ବିଜେପି ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ର ପାେଲିସର ବର୍ବରତାକୁ ପ୍ରତିବାଦ କରି ଗଣ ବିକ୍ଷୋଭ କରାଯାଇଥିଲା । ଅଧିକ ପଢନ୍ତୁ

ଅଗ୍ନିପଥକୁ ବିରାେଧ କରି ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ
ଅଗ୍ନିପଥକୁ ବିରାେଧ କରି ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

By

Published : Jun 21, 2022, 10:44 AM IST

ରାୟଗଡା:ଅଗ୍ନିପଥ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ରାୟଗଡା ଜିଲ୍ଲା କଂଗ୍ରେସ କମିଟି । ସ୍ଥାନୀୟ ରେଳବାଇ ଷ୍ଟେସନ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲାମ ଖାନଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ନଗର କଂଗ୍ରେସ କମିଟି ସଭାପତି ମାଝି ଶଙ୍କର ରାଓ, ଆପଲାସ୍ୱାମୀ କାଡ୍ରକାଙ୍କ ଉପସ୍ଥିତିରେ କେନ୍ଦ୍ରରେ BJP ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ର ପାେଲିସର ବର୍ବରତାକୁ ପ୍ରତିବାଦ କରି ଗଣ ବିକ୍ଷୋଭ କରାଯାଇଥିଲା ।

ଅଗ୍ନିପଥକୁ ବିରାେଧ କରି ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

ରାୟଗଡା ରେଳବାଇ ଆରପିଏଫ, ଜିଆରପି ଓ ସ୍ଥାନୀୟ ପାେଲିସ ଉପସ୍ଥିତ ରହି ବିକ୍ଷୋଭକାରୀଙ୍କୁ ଷ୍ଟେସନ ଭିତରକୁ ପଶିବାକୁ ବିରୋଧ କରାଯାଇଥିଲା । ପ୍ରତିରକ୍ଷା ବିଭାଗରେ ଅଗ୍ନିପଥ ନାମରେ ଯୁବକଙ୍କୁ ନିଯୁକ୍ତି ଦେବାର ବିଜେପି ପ୍ରହସନ କରୁଥିବା ନେଇ ପୂର୍ବରୁ ବର୍ଷକୁ ୨କୋଟି ଯୁବକଙ୍କୁ ନିଯୁକ୍ତି, ଭତ୍ତା ପ୍ରଦାନ ଦିଆଯିବାର ପ୍ରତିଶୃତି ମୋଦି ସରକାର ଦେଇଛନ୍ତି । ତାହା ପ୍ରଥମେ ପୂରଣ କରନ୍ତୁ ବୋଲି ଜିଲ୍ଲା ସଭାପତି ପଣ୍ଡା ପ୍ରକାଶ କରିଛନ୍ତି । ତେଣୁ ଅଗ୍ନିପଥକୁ ବିରାେଧ କରି ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ ।

ABOUT THE AUTHOR

...view details