ରାୟଗଡା:ସ୍କୁଲ ପିଲାଙ୍କୁ ପାଠ ପଢାଇଲେ ରାୟଗଡା ଜିଲ୍ଲାପାଳ। ରାୟଗଡାର ଜିଲ୍ଲାପାଳ ଶ୍ରୀମତୀ ସ୍ବଧା ଦେବସିଂ କାଶୀପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏଥିସହ ସ୍କୁଲ ପିଲାଙ୍କୁ ପଢାଇଲେ ପାଠ ।
ସୂଚନା ଅନୁଯାୟୀ, ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ କାଶୀପୁର ବ୍ଳକ ଗସ୍ତ କରି ପ୍ରଥମେ ବ୍ଲକ ପରିସରରେ ନିର୍ମାଣଧୀନ ମିଶନ ଭବନ ପରିଦର୍ଶନ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବlକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ 5T ଅଧୀନରେ ରୂପାନ୍ତରିତ କରିବା ନିମନ୍ତେ ରେଙ୍ଗା ଉଚ୍ଚ ବିଦ୍ୟାଳୟ ଏବଂ ଗୋରଖପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏନେଇ ସେଠାରେ କିଛି ସମୟ ପିଲାଙ୍କୁ ପାଠ ପଢାଇଥିଲେ । ତେବେ ପରେ ସ୍କୁଲର ସମସ୍ୟା ନେଇ ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର ସଙ୍ଘ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ଏହା ଛଡା ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ଉନ୍ନତ ମାନର ବିଜ୍ଞାନ ଗାର, ଖେଳ ପଡ଼ିଆ, ପାଠାଗାର ନିର୍ମାଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l ଏହାପରେ ଚମ୍ପାଯୋଡ଼ି ଗ୍ରାମକୁ ଯାଇ ସେଠାରେ ଦୁଇଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ l କିପରି ମା ନାରାୟଣୀ ଗୃପର ମହୁମାଛି ଚାଷ ଏବଂ ମା ତାରିଣୀ ଗୃପର ପେପର ପ୍ଲେଟ ତିଆରି କରି ଆତ୍ମ ନିର୍ଭର ହେବାକୁ ଯାଉଛନ୍ତି ତାହା ଅନୁଧ୍ୟାନ କରିଥିଲେ l