ରାୟଗଡା: ଜିଲ୍ଲା ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ରାମଚନ୍ଦ୍ର ବେହେରା, ପୂର୍ବତନ ସଭାପତି ଶିବ ଉଲ୍ଲାକା, ବସନ୍ତ ଉଲ୍ଲାକା, ଉପସଭାପତି ରାମକୃଷ୍ଣ ପଣ୍ଡା ସମେତ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।
ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ: ପାରିତ ହେଲା ପୌର ନିର୍ବାଚନ ରଣନୀତି - BJP second executive meeting
ରାୟଗଡା ଜିଲ୍ଲା ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...
ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ: ପାରିତ ହେଲା ପୌର ନିର୍ବାଚନ ରଣନୀତି
ଏହି ବୈଠକରେ ବହୁ ଦଳୀୟ କର୍ମୀ ଜୁମରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲାର ଶିକ୍ଷା, ସ୍ୱସ୍ଥ୍ୟ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଧାନ ମଣ୍ଡିର ଅବ୍ୟବସ୍ଥା ସମେତ କେନ୍ଦ୍ରର ସମସ୍ତ ଯୋଜନାର କର୍ଯ୍ୟକାରିତା ଉପରେ ଆଲୋଚନା ହୋଇ ଏକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏତଦବ୍ୟତୀତ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ