ଓଡିଶା

odisha

ETV Bharat / state

ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ - ନାଗାବଳୀ ନଦୀ ଝୁଲାପୋଲ

ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ । ଓଡିଶାର ଦ୍ଵିତୀୟ ଝୁଲାପୋଲକୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦେଇଛି । ଅଧିକ ପଢ଼ନ୍ତୁ

ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ
ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ

By

Published : Sep 26, 2022, 8:52 PM IST

ରାୟଗଡ଼ା : ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ। ସହରରେ ଥିବା ଓଡ଼ିଶାର ଦ୍ଵିତୀୟ ଝୁଲାପୋଲକୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦେଇଛି । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ଏହି ନାଗାବଳୀ ଝୁଲାପୋଲର ମରାମତି ନିମନ୍ତେ କିଛି ଦିନ ପାଇଁ ଏହା ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ

ସୂଚନା ମୁତାବକ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିର ନିକଟରୁ ୩ କିମି ଦୂରରେ ରହିଛି ନାଗାବଳୀ ନଦୀ ଓ ଝୁଲାପୋଲ । ଏହାକୁ ଦେଖିବାକୁ ସୀମାନ୍ତ ଆନ୍ଧ୍ର ଛତିଶଗଡ଼ ପରି ରାଜ୍ୟ ବାହାରୁ ଶହ ଶହ ଦର୍ଶକ ଆସିଥାନ୍ତି । ମନ୍ଦିର ଦର୍ଶନ ପରେ ଦର୍ଶକମାନେ ଝୁଲାପୋଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ହେଲେ ଡେଥ ଜୋନ୍ ପାଲଟିଥିବା ଏହି ଝୁଲାପୋଲକୁ ଆଜି ସିଲ୍ କରିଛି ପ୍ରଶାସନ । ପ୍ରଶାସନର ସତର୍କ ସୂଚନା ବୋର୍ଡ଼ ରହିଥିଲେ ସୁଦ୍ଧା ପର୍ଯ୍ୟଟକମାନେ ଏହାକୁ ନମାନି ନଦୀକୁ ଓହ୍ଲାଇ ସେଲ୍ଫି ଉଠାଉଥିଲେ ତ କେତେବେଳେ ଗାଧୋଇବାକୁ ଯାଇ ନାନା ସମସ୍ୟାରେ ପଡୁଥିଲେ । ଯାହାଫଳରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।

ଏହା ମଧ୍ୟ ପଢନ୍ତୁ:ମୃତ୍ୟୁର ତାଣ୍ଡବ ରଚୁଥିଲା ଝୁଲାପୋଲ, ନିଷିଦ୍ଧାଞ୍ଚଳ ଘୋଷଣ କଲା ଜିଲ୍ଲା ପ୍ରଶାସନ

ଗତ ୫ବର୍ଷ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏହି ନାଗାବଳୀ ଝୁଲା ପୋଲ । ଏହାର ସ୍ଥାୟୀ ସମାଧାନ ପାଇଁ ବିକଳ୍ପ ପନ୍ଥା ନିମିତ୍ତ ଏହାକୁ ବନ୍ଦ କରାଯାଇଥିବା ନେଇ ରାୟଗଡ଼ା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ବନ୍ଦ ନିଷ୍ପତିକୁ ବିରୋଧ କରିଛନ୍ତି ୫ଖଣ୍ଡ ପଞ୍ଚାୟତ ବାସିନ୍ଦା । ମାରିଗୁଡ଼ା ଓ ଦୁମାଗୁଡା ଗାଁ ଲୋକଙ୍କ କହିବା କଥା ହେଲା ଏହି ପୋଲ ଉପର ଦେଇ ଗ୍ରାମବାସୀ ପ୍ରତିଦିନ ରାୟଗଡ଼ା ସହରକୁ ନିଜର ଗୁଜୁରାଣ ପାଇଁ ଯାଇଥାନ୍ତି । ଏହି ରାସ୍ତାରେ ଗଲେ ମାତ୍ର ଗୋଟିଏ କିଲୋମିଟର ସହର ପଡୁଥିବା ବେଳେ ଅନ୍ୟ ପଟେ ଗଲେ ସେମାନଙ୍କୁ 4 ରୁ 5 କିଲୋମିଟର ଦେଇ ଯିବାକୁ ପଡ଼ିଥାଏ । ଫଳରେ ପୋଲକୁ ବନ୍ଦ କରାଗଲେ ସେମାନେ କିଭଳି ଯାତାୟତ କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ପର୍ଯ୍ୟଟନ ସ୍ଥଳରୁ ଡେଥଜୋନ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ ! ନେଲାଣି ୨୭ ମୁଣ୍ଡ

ସୂଚନାନୁସାରେ ପ୍ରାୟ ୧୨ ବର୍ଷ ତଳେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇ ଏହି ଝୁଲାପୋଲ ନିର୍ମାଣ ହୋଇଥିଲା । ଏହା ମାଧ୍ୟମରେ ଲୋକମାନେ ଉପକୃତ ହେଉଥିଲେ । ଏହି ଝୁଲାପୋଲ ଦେଇ ପ୍ରାୟ ୮ଟି ପଞ୍ଚାୟତର ଲୋକ ଯାତାୟତ କରୁଥିଲେ । ହେଲେ ଏବେ ଏହି ଝୁଲାପୋଲ ସେବା ବନ୍ଦ ହେବାରୁ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ଝୁଲାପୋଲ ବନ୍ଦ ହେଲେ ଜୀବିକା ଓ ଜୀବନ ଉପରେ କୁପ୍ରଭାବ ପକାଇବ ବୋଲି ପ୍ରଶାସନ ଠାରେ ଗ୍ରାମବାସୀ ନିବେଦନ କରିଥିଲେ । ତେବେ ଆଜି ଏହି ଝୁଲାପୋଲରେ ଯାତାୟତ ପାଇଁ ବନ୍ଦ କରିଦେଇଛି ।

ଏନେଇ ସ୍ଥାନୀୟ ବାସିନ୍ଦା ସଲମନ ରେଡ୍ଡୀ କହିଛନ୍ତି, '' ଗତ ୧୨ ବର୍ଷ ଧରି ଏହି ଝୁଲାପୋଲରେ କୌଣସି ଲୋକ ମୃତାହତ ହୋଇ ନାହାଁନ୍ତି କି କୌଣସି ବଡ଼ ବିପଦରେ କେହି ପଡ଼ି ନାହାଁନ୍ତି । ଏପରିକି କୌଣସି ଅଘଟଣ ଘଟିନାହିଁ ବୋଲି କହିଛନ୍ତି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକ ଯେଉଁ ନଦୀକୁ ଯାଉଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା କରାଯାଉ । ''

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details