ରାୟଗଡା: ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି ନିଜାମୁଦ୍ଦିନ ଧର୍ମସଭା । ସବୁଠି ଖୋଜା ଚାଲିଛି ଏହି ସଭାରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ । କୋରୋନା ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦିଲ୍ଳୀ ନିଜାମୁଦ୍ଦିନ ଧର୍ମ ସଭା ପରେ ଦେଶରେ କୋରୋନାକୁ ପ୍ରତିହତ କରିବା ପାଇଁ ଖୋଜା ଚାଲିଛି ଏହି ଧର୍ମସଭାକୁ ଯାଇଥିବା ଲୋକଙ୍କୁ । କେବଳ ଧର୍ମସଭାରେ ଯୋଗ ଦେବା ନୁହଁ ତାଙ୍କ ସସ୍ପର୍ଶରେ ଆସିଥବା ଖିଅ ଖୋଜୁଛି ପ୍ରଶାସନ । ଏଥିପାଇଁ ସୋମବାର ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ସବୁ ଧର୍ମର ଧର୍ମଗୁରୁଙ୍କୁ ଡାକି ଆଲୋଚନା କରାଯାଇଛି ।
ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜୁଛି ରାୟଗଡା ଜିଲ୍ଲା ପ୍ରଶାସନ - ରାୟଗଡା ଜିଲ୍ଳା ପ୍ରଶାସନ ସବୁ ଧର୍ମର ଧର୍ମଗୁରୁଙ୍କ ସହ ଆଲୋଚନା
ଦିଲ୍ଳୀ ନିଜାମୁଦ୍ଦିନ ଧର୍ମ ସଭା ପରେ ଦେଶରେ କୋରୋନାକୁ ପ୍ରତିହତ କରିବା ପାଇଁ ଖୋଜା ଚାଲିଛି ଏହି ଧର୍ମସଭାକୁ ଯାଇଥିବା ଲୋକଙ୍କୁ । ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ସବୁ ଧର୍ମର ଧର୍ମଗୁରୁଙ୍କୁ ଡାକି ଆଲୋଚନା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜୁଛି ରାୟଗଡା ଜିଲ୍ଲା ପ୍ରଶାସନ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଠାବ ଉଦ୍ୟମ](https://etvbharatimages.akamaized.net/etvbharat/prod-images/768-512-6687128-102-6687128-1586176600952.jpg)
ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଠାବ ଉଦ୍ୟମ
ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଠାବ ପାଇଁ ରାୟଗଡା ଜିଲ୍ଳା ପ୍ରଶାସନର ଉଦ୍ୟମ
ରାୟଗଡା ଜିଲ୍ଳାପାଳ ଓ ଏସପି ସହରର ବିଭିନ୍ନ ମସଜିଦର ମୌଲାନା, ଚର୍ଚ୍ଚର ପାଷ୍ଟର ଓ ମନ୍ଦିରର ପୂଜକଙ୍କୁ ଡାକି ନିଜାମୁଦ୍ଦିନରୁ ଫେରିଥିବା କିମ୍ବା ଉକ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନାମ ପଞ୍ଜିକରଣ କରିବା ସହ ସମସ୍ତେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ନିଜ ଧର୍ମାନୁଷ୍ଠାନରେ କୋରୋନ କଟକଣାକୁ ମାନି ଚଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ