ଓଡିଶା

odisha

ETV Bharat / state

କଡ଼ାକଡ଼ି କୋରୋନା କଟକଣା, ବନ୍ଦ ହେଲା ଆନ୍ଧ୍ର-ଓଡ଼ିଶା ଗଳାବାଟ - ରାୟଗଡ଼ା ଖବର

ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏଥିପାଇଁ ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ରାୟଗଡା ଜିଲ୍ଲାର ସୀମାନ୍ତ ୬୫ଟି ଗାଁର ଗଳାବାଟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ...

କଡ଼ାକଡ଼ି କୋରୋନା କଟକଣା, ବନ୍ଦ ହେଲା ଆନ୍ଧ୍ରରୁ ଓଡ଼ିଶାକୁ ଗଳାବାଟ
କଡ଼ାକଡ଼ି କୋରୋନା କଟକଣା, ବନ୍ଦ ହେଲା ଆନ୍ଧ୍ରରୁ ଓଡ଼ିଶାକୁ ଗଳାବାଟ

By

Published : May 11, 2021, 6:35 AM IST

ରାୟଗଡ଼ା:ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏଥିପାଇଁ ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ରାୟଗଡା ଜିଲ୍ଲାର ସୀମାନ୍ତ ୬୫ଟି ଗାଁର ଗଳାବାଟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ବିଶେଷ କରି ଆନ୍ଧ୍ରପ୍ରଦେଶ ସୀମାନ୍ତ କେରେଡାରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ରାସ୍ତା ଦେଇ ଆନ୍ଧ୍ରପ୍ରଦେଶରୁ ଦୈନିକ ଶହ ଶହ ସଂଖ୍ୟକ ଯାନବାହନ ଆସୁଥିବାରୁ ଏଠାରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

କଡ଼ାକଡ଼ି କୋରୋନା କଟକଣା, ବନ୍ଦ ହେଲା ଆନ୍ଧ୍ରରୁ ଓଡ଼ିଶାକୁ ଗଳାବାଟ

ରାୟଗଡା ବ୍ଲକର ମିରାବାଲି, ବୈରାଗିହାଲୁଆ, ଗାଜିଗାଁ, କେରେଡା ପଞ୍ଚାୟତ ଅନ୍ତର୍ଗତ ସୀମାକୁ ଲାଗିଥିବା ସବୁ ଗାଁ ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି । ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର, ସିଙ୍ଗୁପାଇ, ଜଗନ୍ନାଥପୁର, ମୋରମା ପଞ୍ଚାୟତରେ ଚେକିଂ ପଏଣ୍ଟ କରାଯାଇଛି ।

ଖାଲି ସେତିକି ନୁହେଁ ରାମନାଗୁଡା ବ୍ଲକର ସୁଲୁଡି ସୀମାରେ ଚେକିଂ ପଏଣ୍ଟ କରାଯାଇଛି । ସେପଟେ କୋଲନାର ବ୍ଲକ ରେଖାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାଗୁଡ଼ିରେ ମଧ୍ୟ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମା ଚେକିଂ ପଏଣ୍ଟ ଖୋଲାଯାଇଛି । କୋରୋନା ସ୍ଥିତିକୁ ଦେଖି ଆନ୍ଧ୍ରରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details