vigilance raid in rayagada dfo house ରାୟଗଡା: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାୟଗଡ଼ା ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି ।
ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଆଜି(ଗୁରୁବାର) ସକାଳୁ ଚଢାଉ ଆରମ୍ଭ ହୋଇଛି । ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍ ଜବତ କରିଛି । ବର୍ତ୍ତମାନ ଚଢ଼ାଉ ଜାରି ରହିଥିବାରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ; ୮ ହଜାର ଲାଞ୍ଚ ନେଇ ଧରାପଡିଲେ
ଏହି ଚଢାଉରେ 8 ଜଣ ଡିଏସପି ଓ 6 ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଏକକାଳୀନ ଭାବେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର 7ଟି ସ୍ଥାନରେ ରେଡ ଜାରି ରହିଛି । ରାୟଗଡାରେ ଥିବା ଡିଏଫଓଙ୍କ ସରକାରୀ ବାସ ଭବନ, ରାନିଗୁଡା ଫାର୍ମରେ ଥିବା ଅଫିସ୍, ଭୁବନେଶ୍ବର ପଟିଆରେ ଥିବା ଆଶୀର୍ବାଦ ପ୍ଲାଜା, କଟକରେ ଚାଲିଥିବା ଏକ ନିର୍ମାଧିନ ବିଲ୍ଡିଂ, କଟକର ଶ୍ରିକୋରୁଆନ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶିଶୁ ବିବାହରରେ ଥିବା ସମ୍ପର୍କୀୟଙ୍କ ଭଡା ଘର ଓ ଯାଜପୁର ଦାମୋଦରପୁରରେ ଥିବା ପୈତୃକ ଘରେ ଛାପା ମାରିଛି ଭିଜିଲାନ୍ସ ବିଭାଗ ।
ଗତକାଲି (ବୁଧବାର) ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ରି ଜଗୁଆଳି । ଗୋଟିଏ ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଲାବୃଡି ପଞ୍ଚାୟତ ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଥିଲେ । ଭିଜିଲାନ୍ସ ଡିଏସ୍ପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ହାତରେ ତହସିଲ ଅଫିସ ରାତ୍ରି ଜଗୁଆଳି
ଇଟିଭି ଭାରତ, ରାୟଗଡା