ଓଡିଶା

odisha

ETV Bharat / state

ବିସ୍ଫୋରଣ ପରେ ପ୍ରଶାସନର ଭାଙ୍ଗିଲା ନିଦ, ପଥର ଖାଦାନ ଅଞ୍ଚଳରେ ଲାଗିଲା ନିଶିଦ୍ଧାଞ୍ଚଳ ବୋର୍ଡ

ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କ ଜୀବନ ଯିବାପରେ ପ୍ରଶାସନର ନିଦ ଭାଙ୍ଗିଛି । ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

ପଥର ଖାଦାନ ଅଞ୍ଚଳରେ ନିଶିଦ୍ଧାଚଂଳ ବୋଡ ଲଗାଇଲା ଜିଲ୍ଲା ପ୍ରଶାସନ
ପଥର ଖାଦାନ ଅଞ୍ଚଳରେ ନିଶିଦ୍ଧାଚଂଳ ବୋଡ ଲଗାଇଲା ଜିଲ୍ଲା ପ୍ରଶାସନ

By

Published : Nov 5, 2020, 8:54 PM IST

ରାୟଗଡା: ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କ ଜୀବନ ଯିବାପରେ ପ୍ରଶାସନର ନିଦ ଭାଙ୍ଗିଛି । ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ବିସ୍ଫୋରଣ ହୋଇଥିବା ବେଆଇନ ପଥର କୁଆରୀ ଲିଜଧାରୀ ମାଲିକଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି।

ପଥର ଖାଦାନ ଅଞ୍ଚଳରେ ନିଶିଦ୍ଧାଚଂଳ ବୋଡ ଲଗାଇଲା ଜିଲ୍ଲା ପ୍ରଶାସନ

ଦଶହରା ଛୁଟି ପାଇଁ କିଛିଦିନ ନିରବ ରହିବା ପରେ ଜିଲ୍ଲା ପ୍ରଶାସନ ପୁଣି ଏବେ ଆକ୍ସନ ମୁଡ଼ରେ ଥିବା ଭଳି ଜଣାପଡ଼ୁଛି । ଏବେ ଗୁଣପୁର ଉପଖଣ୍ଡରେ ଥିବା ଓକିଲଗୁଡାରେ ଥିବା ପଥର କୁଆରୀ ସମେତ ତହସିଲର ଅନ୍ୟ ଲିଜ ଚୁକ୍ତି ହୋଇନଥିବା କୁଆରି ଅଞ୍ଚଳରେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ନିଶେଦ୍ଧାଞ୍ଚଳ ବୋର୍ଡ ଲଗାଇଛନ୍ତି।

ପଥର ଖାଦାନ ଅଞ୍ଚଳରେ ନିଶିଦ୍ଧାଚଂଳ ବୋଡ ଲଗାଇଲା ଜିଲ୍ଲା ପ୍ରଶାସନ

ଏସବୁ ପଥର କୁଆରୀରୁ ପଥର ଉତ୍ତୋଳନ ପାଇଁ ମଧ୍ୟ ବାରଣ କରାଯାଇଛି । ଫଳରେ ସବୁଠାରେ ଖାଁ ଖାଁ ପରିବେଶ ଦେଖାଦେଇଛି । ହେଲେ ଏତେସବୁ ତନାଘନା ପରେ ମଧ୍ୟ ପୋଲିସ, ଜଙ୍ଗଲ ବିଭାଗ କିମ୍ବା ପ୍ରଦୂଷଣ ବିଭାଗ ବିରୋଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୧୬ ତାରିଖରେ ଏହି ଘଟଣା ଘଟିବା ପରେ ପୋଲିସ ବିଭାଗ କେବଳ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଏହି ଘଟଣାରେ ପୁରା ନିରବଦ୍ରଷ୍ଟା ସାଜିଛି । ଲମ୍ବା ସମୟ ଧରି ପୋଲିସର ଅବହେଳା ଓ କୋହଳ ନୀତି ପାଇଁ ବିସ୍ଫୋରକ ସାମଗ୍ରୀ ଗୁଣପୁର ଅଞ୍ଚଳକୁ କିପରି ଆସୁଥିଲା ତାର ତଦନ୍ତ ଆରମ୍ଭ ହେଲେ ଆହୁରି ଅନେକ ରୋଚକ ତଥ୍ୟ ପଦାକୁ ଆସିବ । ଏବେ ମଧ୍ୟ ଜିଲ୍ଲାରେ ବେଆଇନ ଭାବେ ରିତିମତ ବିସ୍ଫୋରଣ କରାଯାଇ ବିଭିନ୍ନ ପଥର ଖାଦାନ ମାନଙ୍କରେ ପଥର ଉତ୍ତୋଳନ କରାଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details