ଓଡିଶା

odisha

ETV Bharat / state

ଗୋଟିଏ ଦିନରେ ରାୟଗଡାରୁ 211 ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 2557

ଦିନକୁ ଦିନ ଅଣାୟତ ହେଉଛି ରାୟଗଡା କୋରୋନା ସ୍ଥିତି । ବୁଧବାର ଜିଲ୍ଲାରୁ 211 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 12 ଜଣ କୋଭିଡ ଯୋଦ୍ଧା ଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2557ରେ ପହଁଞ୍ଚିଛି ।

By

Published : Aug 20, 2020, 6:42 AM IST

Updated : Aug 20, 2020, 8:34 AM IST

corona
ଗୋଟିଏ ଦିନରେ ରାୟଗଡାରୁ 211 ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଦିନକୁ ଦିନ ଅଣାୟତ ହେଉଛି ରାୟଗଡା କୋରୋନା ସ୍ଥିତି । ବୁଧବାର ଜିଲ୍ଲାରୁ 211 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 12 ଜଣ କୋଭିଡ ଯୋଦ୍ଧା ଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2557ରେ ପହଁଞ୍ଚିଛି ।

ବୁଧବାର ଚିହ୍ନଟ ହୋଇଥିବା 211 ଆକ୍ରାନ୍ତଙ୍କ ମଧ୍ୟରୁ କୋଲନରା ବ୍ଳକରୁ ସର୍ବାଧିକ 47ଜଣ, ବିଷମକଟକ ବ୍ଳକରୁ 45ଜଣ, ରାୟଗଡା ସହରରୁ 22ଜଣ, ବ୍ଳକରୁ 28, ଗୁଡରିରୁ 19, ଗୁଣୁପୁର ସହରରୁ3, ବ୍ଳକରୁ 8, କଲ୍ୟାଣସିଙ୍ଗପୁରରୁ 15, ଚନ୍ଦ୍ରପୁର ବ୍ଳକରୁ 10, ରମାନଗୁଡା ବ୍ଳକରୁ 7, ମୁନିଗୁଡ଼ାରୁ 6 ଓ ପଦ୍ମପୁର ବ୍ଳକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୋଟିଏ ଦିନରେ ରାୟଗଡାରୁ 211 ଆକ୍ରାନ୍ତ ଚିହ୍ନଟ

ସେହିପରି ବୁଧବାର 2ଜଣ CRPF, ଜଣେ ଶିକ୍ଷା ବିଭାଗ କର୍ମଚାରୀଙ୍କ ସହ 9ଜଣ ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ଏବେସୁଦ୍ଧା ମୋଟ 375 ଜଣ କୋଭିଡ ଯୋଦ୍ଧା କୋରୋନା ସଂକ୍ରମିତ ହୋଇଛନ୍ତି ।

ଏପଟେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1429 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1111 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ଜିଲ୍ଲାରେ ଗୋଟିଏ ଦିନରେ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ସହ ଜିଲ୍ଲାରେ ଏବେସୁଦ୍ଧା 17 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 20, 2020, 8:34 AM IST

ABOUT THE AUTHOR

...view details